ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା ଘରୋଇ ମେସ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭଦ୍ରକ: ଭୟାଵହ ଅଗ୍ନିକାଣ୍ଡରେ ୧୨ ବଖରାରୁ ଅଧିକ ଘର ଭସ୍ମୀଭୂତ ହୋଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଭଦ୍ରକ ଟାଉନଥାନା ଅଧିନ ଜଗନ୍ନାଥପୁରର ଏକ ଘରୋଇ ମେସରେ ଅଗ୍ନିକାଣ୍ଡ ଘଟିଛି। ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରରୁ ନିଆଁ ବାହାରି ଅଗ୍ନିକାଣ୍ଡ ଘଟିଥିଲା। ଦୁଇଟି ଦମକଳ ଵାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଵଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଘରର ସବୁ ହୁତହୁତ ହୋଇ ଜଳିଗଲା।

ଆଜି ସିଦ୍ଧାର୍ଥ ନାମକ ଘରୋଇ ମେସରେ ପିଲାମାନେ ଗ୍ୟାସରେ ରୋଷେଇ କରୁଥିଲେ। ହଠାତ ଗ୍ୟାସରୁ ନିଆଁ ବାହାରି ଚାଳକୁ ନିଆଁ ଉଠିଯାଇଥିଲା। ଚାହୁଁ ଚାହୁଁ ନିଆଁ ସବୁଆଡେ ବ୍ୟାପି ଯାଇଥିଲା। ଏଥିରେ ୧୨ରୁ ଅଧିକ ଘର ପୋଡି ଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗି ଯିବା ପରେ ମେସରେ ଥିବା ଛାତ୍ର ମାନେ ଆପ୍ରାଣ ଉଦ୍ୟମ କରି ନିଜ ନିଜର ଜିନିଷ ଘରୁ ବାହାରିବାକୁ ଚେଷ୍ଟା କରିଥିଲେ। ନିଆଁର ପ୍ରଖରତା ଯୋଗୁଁ ତାହା ସମ୍ଭବପର ହୋଇନଥିଲା। ମେସରେ ଥିବା ୨୦ରୁ ଅଧିକ ଛାତ୍ର ମାନଙ୍କ ବହି, ଖାତାପତ୍ର, ପୋଷାକ ଓ ଆବଶ୍ୟକୀୟ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା

ସମ୍ବନ୍ଧିତ ଖବର