ଅନୁଗୁଳ: ତାଳଚେରର ଅଣ୍ଡର ଗ୍ରାଉଣ୍ଡ କୋଇଲା ଖଣିରେ ବାଲି ଭର୍ତ୍ତି କରିବା, କୋଇଲା ଖଣି ଯୋଗୁଁ ଅଞ୍ଚଳରେ ଭଞଙ୍କର ପରିବେଶ ପ୍ରଦୂଷଣ ହେଉଥିବାରୁ ଲୋକଙ୍କୁ ଏହି ପ୍ରଦୂଷଣ ଜନିତ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ବିକଳପ ବ୍ୟବସ୍ଥା କରିବା ସହିତ ତାଳଚେର ମେଡିକାଲ କଲେଜକୁ ତୁର୪୍ତ କାର୍ଯ୍ୟକ୍ଷମ କରିବା ଦାବି ନେଇ ଅାଜି ୧୨ ଘଣ୍ଟଆ ତାଳଚେର ବନ୍ଦ ପାଳିତ ହେଉଛି।,ଥିପାଇଁ ତାଳଚେରରେ ଦେକୋନବଜାର ବନ୍ଦ ଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି।
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ତାଳଚେର କୋଇଳାଖଣି ଅଞ୍ଚଳରେ ହଠାତ ଘର ଦବି ଯିବାରୁ ସେଠାରେ ଲୋକଙ୍କ ଭତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ବିଶେଷ କରି ଅଣ୍ଡରଗ୍ରାଉଣ୍ଡ କୋଇଲା ଖଣିଗୁଡ଼କରୁ କୋଇଲା ଉତ୍ତୋଳନ ପରେ ଏଥିରେ ବାଲି ଭର୍ତ୍ତି କରାଯାଉ ନ ଥିବାରୁଏହାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକି୍ରୟା ଓ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଆଜି ଅନୁଗୁଳ-ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ୩ ଦଫା ଦାବି ନେଇ ତାଳେଚର ବନ୍ଦ ଡାକରା ଦିଆଯାଇଥିଲା। ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ସକାଳ ୬ଟାରୁ ସହରର ସମସ୍ତ ଦୋକାନବଜାର ବନ୍ଦ ରହିବା ସହିତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନ ବନ୍ଦ ରହିଛି। ତାଳଚେର ଦେଇ ଯାନବାହଦନ ଚଳାଚଳ ବନ୍ଦ ରହିଥିବା ବେଳେ ଟ୍ରକ୍ ବନ୍ଦ ଯୋଗୁଁ ୋକାଇଲା ପରିବହନ ସମ୍ପୂର୍ଣ ବନ୍ଦ ରହିଛି।
୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳିତ
/sambad/media/post_attachments/wp-content/uploads/2018/12/Talcher_19.12.18_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)