ରାଉ‌ରକେଲା: ଶ୍ରମିକ କୃଷକ ଓ ଜନବିରୋଧୀନୀତି ବିରୋଧରେ ଆଜି ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ସ୍ବାଧୀନ କର୍ମଚାରୀ ଫେଡେରେସନ୍‌ ଓ ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ୧୨ ଘଣ୍ଟିଆ ଧର୍ମଘଟ ଓ ହରତାଳ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ ରାଉରକେଲା ଓ ଏହାର ଆଖପାଖ ଶିଳ୍ପାଞ୍ଚଳରେ ପଡ଼ିଥିଲା। ଧର୍ମଘଟ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ସହରରେ କୌଣସି ଯାତ୍ରୀବାହୀ ବସ୍‌ ଗଡ଼ିନଥିଲା। ଶିଳ୍ପାଞ୍ଚଳ କଳକାରଖାନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ମିଳିତ ଟ୍ରେଡ୍ ୟୁନିୟନ ନେତାମାନେ ବିଶ୍ରାଛକ ଓ ରାଉରକେଲା ନୂଆବସଷ୍ଟାଣ୍ଡରେ ପିକେଟିଂ କରି ପରିବହନ ସେବା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଦପ୍ତର, ଶିଳ୍ପାନୁଷ୍ଠାନ ଆଦି ବନ୍ଦ କରିଥିଲେ।

Advertisment

ବିଶ୍ରାଛକରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ରାଜ୍ୟ ଉପସଭାପତି ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ସାଲୋମୀ ମିଞ୍ଜ, ଆଇଏନ୍‌ଟିୟୁସିର ରାଉରକେଲା ସଭାପତି ନିହାର ଦାସ, ବିଷ୍ଣୁ ମୋହନ୍, ସୁରେଶ କିଷାନ, ମନୋଜ କିଷାନ, ବିନୋଦ ତନ୍ତୀ, ଏଚ୍ ଏମ୍ ଏସ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ଦାସ, ଖଗେନ୍ଦ୍ର ବେହେରା, ପ୍ରଭାକର ଚମ୍ପତିରାୟ,ବିଜୟ କୁମାର ଜେନା, ବିଦେଶୀ ମୁନା,ବିମଳ ବେଉରିଆ, କ୍ରିଷ୍ଣା ସା ନେତୃତ୍ବ ନେଇଥିଲେ। ସେମିତି ଏ ଆଇ ଟି ୟୁ ସି ଜିଲ୍ଲା ସଂପାଦକ ସଦାନନ୍ଦ ସାହୁ, ଉପ ସଭାପତି ରମେଶ ସେଠୀ, କୃତିବାସ ନାୟକ, କୈଳାସ ନାୟକ, ନୀଳମାଧବ ସାହୁ, ବାପିନା ବେହେରା, ପଞ୍ଚାନନ ସୁନା, ଦୁର୍ଗା ମାଧବ ବାଗ, ଏ ଆଇ ୟୁ ଟି ୟୁ ସି ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ ନାୟକ, ସତ୍ୟପ୍ରିୟ ମହାନ୍ତି, ଶ୍ରୀନିବାସ ସେଠୀ, ବିଷ୍ଣୁ ପଣ୍ଡା, ସୁବାଷ ଦଣ୍ଡପାଟ, ବୀରେନ ନାୟକ,ସେକ୍ ଇସଲାମ ,ବିଜୟ ସାହୁ, ଏ ଆଇ ସି ସି ଟି ୟୁ ନେତା ସୁବାଷ ଜାମୁଡାଳିଆ ସମେତ ଶତାଧିକ ଶ୍ରମିକ ନେତା ସାମିଲ ହୋଇଥିଲେ। ୧୧ଟି ଦାବି ନେଇ ଧର୍ମଘଟ କରାଯାଇଥିଲା।

ଦାବିଗୁଡ଼ିକ ମଧ୍ୟରେ ରହିଛି ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ନିୟନ୍ତ୍ରଣ, ଶ୍ରମିକବିରୋଧୀ ୪ ଟି ଶ୍ରମକୋର୍ଡ ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ସ୍କିମ୍ ଶ୍ରମିକ ଆଶା, ଅଙ୍ଗନବାଡ଼ି, ନିର୍ମାଣ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ସହ ସାମାଜିକ ସୁରକ୍ଷା, ପରିବହନ ଶ୍ରମିକମାନଙ୍କ ବିରୋଧ ହିଟ୍ ଏଣ୍ଡ ରନ୍ ମାମଲାରେ ଜେଲ୍ ଓ ଜରିମାନା ଭଳି କଳା ଆଇନ୍ ପ୍ରତ୍ୟାହାର, କୃଷକ ମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଆଦି ରହିଛି। ସେହିପରି କଲୁଙ୍ଗା ଶିଳ୍ପାଞ୍ଚଳରେ ସିମୁ ପକ୍ଷରୁ ଧର୍ମଘଟ କରାଯାଇଥିଲା। ସିଆଇଟିୟୁ ସହବନ୍ଧିତ ସୁନ୍ଦରଗଡ ଇଣ୍ଡଷ୍ଟ୍ରିଆଲ ମଜୁଦୁର ୟୁନିୟନ(ସିମୁ), ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ପକ୍ଷରୁ ଧର୍ମଘଟ କରାଯାଇଥିଲା। ସିମୁର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀଙ୍କ ନେତୃତ୍ବରେ ଶ୍ରମିକମାନେ କଲୁଙ୍ଗାଅଞ୍ଚଳରେ ବିଭିନ୍ନ କଳକାରଖାନାକୁ ପିକେଟିଂ କରି ବନ୍ଦ କରିଥିଲେ। କଲୁଙ୍ଗା ସ୍ଥିତ ସ" ମିଲ ଛକରେ ଶ୍ରମିକମାନେ ରାସ୍ତାରୋକ କରିଥିଲେ। ଯାହା ଫଳରେ ରାସ୍ତାରର ଉଭୟ ପାର୍ଶ୍ବରେ ଗାଡିଗୁଡ଼ିକ ଅଟକି ରହିଥିଲା। କୁଆରମୁଣ୍ଡା ପୁରୁଣା ରାସ୍ତାକୁ ଶ୍ରମିକମାନେ ବନ୍ଦ କରିଥିଲେ। ସିମୁର ଅଜିତ ଏକ୍କା, ସମ୍ବିତ ସ୍ବାଇଁ, ସୁଜିତ ସାମଲ, ରଞ୍ଜନ ବେହେରା, ରମାକାନ୍ତ ମଲ୍ଲିକ, କ୍ଷୀରୋଦ ବେହେରା ପ୍ରମୁଖ ନେତୃ୍ତ୍ବ ନେଇଥିଲେ।