ସ୍ୱାସ୍ଥ୍ୟ ସମସ୍ୟା ନେଇ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ନେଇ ଆଜି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ଯୋଗୁଁ ସହର ମଧ୍ୟରେ ବସ ଚଳାଚଳ ବନ୍ଦ ରହିଛି। ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସହିତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିସାଳୟକୁ ସୁପର ସ୍ପେସାଲିଟି ହସ୍‌ପିଟାଲ କରିବା, ତାଳଚେର ମେଡିକାଲ କଲେଜକୁ ଚଳିତ ବର୍ଷ ଠାରୁ କାର୍ଯ୍ୟକ୍ଷମ କରିବା, ଜିଲ୍ଲାର ସମସ୍ତ ଡାକ୍ତରଖାନରେ ଡାକ୍ତର ନୁଯୁକ୍ତି ଦାବି କରି ଆଜି ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।

ସମ୍ବନ୍ଧିତ ଖବର