ଜୟପୁର: କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଖୁବ ଭଲରେ ହେଉଛି, ଡାକ୍ତରଖାନାରେ ସବୁ ରକମର ଆନୁସଙ୍ଗିକ ବ୍ୟବସ୍ଥା ଠିକ ଅଛି ବୋଲି କୁହାଯାଉଛି। ପ୍ରତିମୂହର୍ତ୍ତରେ ରୋଗୀଙ୍କ ସ୍ଥ୍ୟବସ୍ଥା ଉପରେ ନଜର ରଖାଯାଉଛି। ଏହା ସହ ସଂପର୍କୀୟଙ୍କୁ ସବୁ ବିଷୟରେ ଅବଗତ କରାଯାଉଛି। ଭିଡିଓ କନଫେରନସିଂ, ଭର୍ଚୁଆଲ୍ ସମୀକ୍ଷା ବି କରାଯାଉଛି ବୋଲି ବି ସୂଚନା ଦିଆଯାଇ ପ୍ରଶାସନ ସଫେଇ ଦେଉଛି। କିନ୍ତୁ ବାସ୍ତବରେ ଆଜି ବି ଜୟପୁର କୋଭିଡ୍ ହସ୍ପିଟାଲର ସ୍ଥିତି ଅଲଗା ରହିଛି। ଏଠାରେ ୩୦ଟି ଆଇସିୟୁ ବେଡ୍ ଯଦିଓ ରହିଥିବା କୁହାଯାଉଛି। ଦେଢ଼ ବର୍ଷ ପରେ ବି ମାତ୍ର ୧୮ଟି ହିଁ କାର୍ଯ୍ୟକ୍ଷମ ହେଉଛି। ବଳକା ୧୨ଟିରେ ଏବେ ବି ଓକ୍ସିଜେନ୍ ପାଇପ୍ ଲାଗି ପାରିନି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଆଜି ୧୧୦ଜଣ ସଂକ୍ରମିତ ଚିକିତ୍ସା ପାଇଁ ଭର୍ତ୍ତି ଅଛନ୍ତି। ୧୮ଟି ଯାକ ଆଇସିୟୁରେ ଏବେ ୧୮ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଏବେ ଯଦି କୌଣସି ଜରୁରୀ ରୋଗୀ ଆସିଲେ ତାଙ୍କ ପାଇଁ ଆଉ ଆଇସିୟୁ ବେଡ଼୍ ଖାଲି ନାହିଁ। ସାଧାରଣ ଶଯ୍ୟାରେ ରହି ଚିକିତ୍ସିତ ହେବାକୁ ପଡ଼ିବ। ଅନ୍ୟପକ୍ଷରେ ରୋଗୀଙ୍କୁ ଓକ୍ସିଜେନ୍ ଦିଆଯାଉଛି ନା ନାହିଁ, କେଉଁ ବେଡ଼ରେ ରହିଛନ୍ତି, କଣ ସେବା ପାଉଛନ୍ତି ସେ ସୂଚନା ରୋଗୀଙ୍କ ସଂପର୍କୀୟଙ୍କୁ ମିଳୁ ନଥିବା ଅଭିଯୋଗ ବି ହୋଇଛି।
ରୋଗୀଙ୍କ ସଂପର୍କରେ ହେଲ୍ପଲାଇନ ନମ୍ବରରେ ଫୋନ କଲେ ସଠିକ ସହଯୋଗ ବି ମିଳୁନଥିବା ଅଭିଯୋଗ ହୋଇଛି। କିଛି ଆକ୍ରାନ୍ତ ଓ ସୁସ୍ଥ ହୋଇ ଘରକୁ ଫେରିଥିବା ସଂକ୍ରମିତଙ୍କ ସହ କଥା ହେବା ବେଳେ କହିଛନ୍ତି, ଏଠାରେ ଚିକିତ୍ସାସେବା ନାମକୁ ମାତ୍ର। ଯେଭଳି ଡାକ୍ତର ଓ ଷ୍ଟାଫନର୍ସ ଆଦି ଆସି ସେବା ଯୋଗାଇବା କଥା ଯୋଗାଉ ନଥିବା, ଜଣେ ରୋଗୀଙ୍କୁ ଓକ୍ସିଜେନ୍ ଯେଉଁ ପରିମାଣର ଆବଶ୍ୟକ ସେଥିକି ଦେଇ ଏହାକୁ ପରିଚାଳନା କରିବା କଥା। କିନ୍ତୁ ଏହା ହୋଇପାରୁନି ବୋଲି ସଂକ୍ରମିତ କହିଛନ୍ତି। ଏଠାକୁ ଆଇସିୟୁ କିମ୍ବା ଭେଣ୍ଟିଲେଟରକୁ ଗଲେ ବଂଚିକି ଯିବା ମୁସ୍କିଲ ବୋଲି ଜଣେ ସଂକ୍ରମିତ କହିଛନ୍ତି। ଡାକ୍ତରଖାନାରେ ରହିବା ମଧ୍ୟରେ ମହାମାରୀର ମୃତ୍ୟୁ ତାଣ୍ଡବକୁ ଦେଖିଥିବା କହିଛନ୍ତି। ଭାଗ୍ୟରେ ଥିଲେ ଏଠାକୁ ଆସି ବଂଚିକି ଯାଇ ହେବ, ସେଭଳି ଭଲ ଔଷଧ, ଏବଂ ତୁରନ୍ତ ସୁସ୍ଥ ହେବା ଭଳି ଆଣ୍ଟିବାୟଟିକ୍ ବି ଦିଆଯାଉନି ବୋଲି କହିଛନ୍ତି ସଂକ୍ରମିତ। ସେଭଳି ଏଠାରେ ଏତେ ସଂଖ୍ୟକ ଲୋକେ କୋଭିଡ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରୁଥିଲେ ହେଁ କାହିଁକି କୋଭିଡରେ ମୃତ୍ୟୁ ବୋଲି ତାଲିକାଭୁକ୍ତ କରାଯାଉନି ବୋଲି ବି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ଡାକ୍ତରଖାନା ସମ୍ମୁଖରେ କେତେ ରୋଗୀ ଚିକିତ୍ସାଧୀନ ରହିଛନ୍ତି, କେତେ ଜଣ ଆଇସିୟୁରେ ରହିଛନ୍ତି ଆଦିର ବିବରଣୀର ତଥ୍ୟ ବୋର୍ଡ ଟାଙ୍ଗିବାକୁ ବି ଦାବି ହୋଇଛି। କୋଭିଡ୍ ହସ୍ପିଟାଲ ଓ ସାଧାରଣ ହସ୍ପିଟାଲ ମଧ୍ୟରେ ବହୁତ ଫରକ ରହିଛି। ୧୬ଜଣ ଡାକ୍ତର, ୨୦ଜଣ ଷ୍ଟାଫ ନର୍ସ , ମହିଳା ଓ ପୁରୁଷ ଆଟେଣ୍ଡାଟ ଆଦି ସେବା ଯୋଗାଇ ଆସୁଛନ୍ତି। ଦୁଇ ମହଲାର ୧୮ଟି ଆଇସିୟୁ ବେଡ ସହ ଆଉ ୯୨ଟି ଏଭଳି ୧୧୦ଟି ବେଡ଼ରେ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ଆମ ଜୀବନକୁ ବାଜିରେ ସଂକଟାପନ୍ନ ଅବସ୍ଥାରେ ଆସିଥିବା ଗୁରୁତର ରୋଗୀଙ୍କୁ ବି ବଂଚାଇବାକୁ ପ୍ରୟାସ କରାଯାଉଛି। ରୋଗୀଙ୍କ ସଂପର୍କୀୟ ରୋଗୀଙ୍କ ବିଷୟରେ ଜାଣିବା ପାଇଁ କଣ୍ଟ୍ରୋଲ ରୁମ ଓ ୱାଟସ୍ ଅଫ୍ ଭିଡିଓ କଲ ପାଇଁ ଟାବର ବ୍ୟବସ୍ଥା ବି କରାଯାଇଛି ବୋଲି କହିଛନ୍ତି ଏଏମ୍ଓ ଡ.ଆଶିଷ ପାଣିଗ୍ରାହୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/jpr-kovid-hospital.jpg)