ନିର୍ବନ୍ଧ ସାରି ଫେରୁଥିଲେ, ଭାରସାମ୍ୟ ହରାଇ ଓଲଟିଲା ବଲେରୋ, ୧୨ ଆହତ

ସୁନ୍ଦରଗଡ଼: ଆଜି ରାତି ସାଢ଼େ ୮ଟାରେ ତଳସରା ଥାନା କୁରେଇ ପଞ୍ଚାୟତ ଜାମଦରହ ପାଖ ପୋଲ ନିକଟରେ ଚକ ଫାଟି ଏକ ବଲେରୋ ଓଲଟି ପଡ଼ିଥିଲା। ଫଳରେ ବଲେରୋରେ ବସିଥିବା ୯ ଜଣ ଆହତ ହୋଇଥିଲେ। ତନ୍ମଧ୍ୟରୁ ଜଣକର ଅବସ୍ଥା ସଂକଟାପନ୍ନ ଥବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଆହତମାନେ ଲୁଲୁକିଡିହିର କୁଲନ ନାଏକ, ମହେଶ୍ବର ମାଝୀ, କଏଁଠା କେର୍କେଟା, ଶାନ୍ତି ମାଝୀ, ମୁନା କେର୍କେଟା, ଜୟନାଥ କେର୍କେଟା, ଅବଲୁ କେର୍କେଟା, ସଲେନ୍ଦ୍ର ନାଏକ, ସତ୍ୟ ନାଏକ। ସେମାନେ ବଲେରୋରେ ରାମପୁରକୁ ଆସି ଏକ ନିର୍ବନ୍ଧ କାମ ସାରି ଫେରୁଥିଲେ।

ସମ୍ବନ୍ଧିତ ଖବର