ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ପକ୍ଷରୁ ବିଶ୍ବନାଥପୁର ନିକଟସ୍ଥ ଧାରପଟା ଆମ୍ବ ବଗିଚାର ଜୁଆ ଆଡା ଉପରେ ପୁଲିସ ଚଢ଼ଉ କରି ୧୨ ଜଣଙ୍କୁ ଗିରଫ କରିଛି। ଘଟଣାରେ ୧୦ଟି ବାଇକ୍‌ (ଓଡି୦୮ଏଲ୭୫୯୮), (ଓଡି୦୮-୧୬୭୨), (ଓଡି୧୮ବି-୪୯୭୪), (ଓଆର୍‌୦୮ଇ-୬୪୭୧), (ଓଡି୧୮ଏଫ-୪୮୧୮), (ଓଡି୦୮ବି-୬୩୮୦), (ଓଡି୧୮ଜି୪୬୫୩), (ଓଡି୦୮ଇ-୮୨୪୧), (ସିଜି୨୩ଜେ-୧୯୩୬), ଗୋଟିଏ ପ୍ଲାଷ୍ଟିକ୍‌ ମେଟ୍‌, ନଗଦ ୩୩୩୦ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ସାନ୍ତରା ନାଏକ (୪୦), ନୀଳମାଧବ ପୃଷ୍ଟି (୭୨), ରାଜ କୁମାର ନାଏକ (୪୨), ତ୍ରିପତି ପାତ୍ର (୫୦), ଟି. ଲକ୍ଷ୍ମୀ ନାରାୟଣ ପାତ୍ର (୬୩), ଦିବ୍ୟ ଶଙ୍କର ବାରିକ (୩୬), ଗୌରଚନ୍ଦ୍ର ଦଳେଇ (୬୩), କର୍ଣ୍ଣ ପ୍ରଧାନୀ (୫୪), ସୁବାସ ସାହୁ (୩୮), ଦେବ ପ୍ରଧାନୀ (୪୦), ନରେନ୍ଦ୍ର ପ୍ରଧାନୀ (୪୭), ତନୁର୍ଜୟ ପ୍ରଧାନୀ (୩୭)। କଳାହାଣ୍ଡି ପୁଲିସ ଏସପି ଡା. ଶ୍ରବଣା ବିବେକ ଏମ୍‌ ପ୍ରେସ୍‌ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି।