ବିବାହକୁ ସ୍ମରଣୀୟ କରିବାକୁ ରକ୍ତଦାନ ଶିବିର, ୧୨ ୟୁନିଟ୍ ସଂଗୃହୀତ

ଛତ୍ରପୁର: ନିଜର ବିବାହ ଉତ୍ସବରେ ରକ୍ତଦାନ ଶିବିର ଆୟୋଜନ କରି ଉଦାହରଣ ସୃଷ୍ଟି କରିଛନ୍ତି ବ୍ରହ୍ମପୁର ରକ୍ତଭଣ୍ତାରର ଟେକ୍ନିସିଆନ୍ ଚିନ୍ମୟ କୁମାର ବେହେରା। ବିବାହକୁ ସ୍ମରଣୀୟ କରିବାକୁ ଯାଇ ଏଭଳି ଏକ ମହତ୍ କାର୍ଯ୍ୟକ୍ରମ ପାଇଁ ସେ ପୂର୍ବରୁ ସ୍ଥିର କରିଥିଲେ। ଆଉ ବ୍ୟସ୍ତତା ମଧ୍ୟରେ ଶିବିର ଆୟୋଜନ କରି ଅନ୍ୟ ମାନଙ୍କୁ ଏଥିରେ ସାମିଲ୍ ହେବାକୁ ନିବେଦନ କରିଥିଲେ।

ଚିନ୍ମୟଙ୍କ ଅନୁରୋଧ କ୍ରମେ ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ମୋଟ ୧୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବ୍ରହ୍ମପୁର ରକ୍ତଭଣ୍ତାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଛତ୍ରପୁର ବଜରଙ୍ଗୀନଗର ସାହିର ବାନାମ୍ବର ବେହେରା ଓ ସାବିତ୍ରୀଙ୍କ ବଡ଼ପୁଅ ଚିନ୍ମୟ ବେହେରାଙ୍କ ସହ ପାଲୁର ଗଜପତିନଗର ସାହିର ରାଘବ ବେହେରା ଓ ମମତାଙ୍କ ଏକମାତ୍ର କନ୍ୟା ସୁଚିତ୍ରାଙ୍କ ସହ ଆଜି ବିବାହ ହୋଇଥିଲା।

ରକ୍ତଦାନ ଶିବିର ଭଳି ମହତ୍ କାର୍ଯ୍ୟ ହାତକୁ ନେଇଥିବାରୁ ଆତ୍ମସନ୍ତୋଷ ଲାଭ କରିଛି। ନବଦମ୍ପତିଙ୍କ ପାଇଁ ଏହା ସ୍ମୃତି ‌ହୋଇ ରହିବ ବୋଲି ଚିନ୍ମୟ କହିଛନ୍ତି। ଶିବିର ପରିଚାଳନାରେ ଯେଉଁମାନେ ସଂପୂର୍ଣ୍ଣ ସହଯୋଗ କରିଛନ୍ତି ସେମାନେ ଆମ ପାଇଁ ସବୁଦିନ ସ୍ମରଣୀୟ ରହିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର