କୋରାପୁଟ: କାନ୍ଥ ଭାଙ୍ଗି ଦୋକାନରୁ ମୋବାଇଲ୍‌ ଓ ଟଙ୍କା ଚୋରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନୂଆବସ୍‌ଷ୍ଟାଣ୍ଡ ସ୍ଥିତ ଅର୍ଜୁନ ବିଷୋଇଙ୍କ ଦୋକାନରୁ ଦୁର୍ବୃତ୍ତମାନେ ଗୁରୁବାର ରାତି କାନ୍ଥ ଭାଙ୍ଗି ୧୨ଟି ମୋବାଇଲ୍‌ ସହ ୩ ହଜାରରୁ ଅଧିକ ଟଙ୍କା, ବିଭିନ୍ନ କସମେଟିକ୍‌ ସାମଗ୍ରୀ ଚୋରୀ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ସବୁଦିନ ବିଷୋଇ ଦୋକାନରେ ତାଲା ପକାଇ ନିଜ ଗାଁ ଆମ୍ବଗୁଡାକୁ ଚାଲିଯାଇଥିଲୋ

ଶୁକ୍ରବାର ସକାଳୁ ତାଙ୍କ ପୁଅ ଲକ୍ଷ୍ମୀପୁରସ୍ଥିତ ଦୋକାନ ଖୋଲିବାକୁ ଆସି ଦେଖିବାକୁ ପାଇଥିଲେ ଯେ, ପଛପଟ କାନ୍ଥ ଖୋଳାଯାଇଛି ଓ ଦୋକାନ ଭିତରେ ସାମଗ୍ରୀ ଗୁଡିକ ଏପଟ ସେପଟ ପଡିଛି। ଚୋରୀ ହୋଇଥିବା ସନ୍ଦେହ କରି ଅନ୍ୟ ଦୋକାନୀ ମାନଙ୍କୁ ଡାକି ଦେଖାଇଥିଲୋ ପରେ ସେ ବାପାଙ୍କୁ ସୂଚନା ଦେଇଥିଲେ। ପରେ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଥିଲା।

ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଥିଲାା ବିଷୋଇଙ୍କ ଗତ ଦେଢ ବର୍ଷ ତଳେ ଅନୁରୁପ ଭାବେ ଦୋକାନର ପଛପାଖ କାନ୍ଥରେ ଥିବା ଭେଣ୍ଟିଲେସନ ପଟ ଦେଇ ଚୋର ମାନେ ମୋବାଇଲ୍‌ ଓ ବିଭିନ୍ନ ସାମଗ୍ରୀ ଚୋରୀ କରି ନେଇଥିଲୋ ବର୍ତ୍ତମାନ ଏହାକୁ ମିଶାଇ ଶ୍ରୀ ବିଷୋଇଙ୍କ ଦୋକାନରୁ ୩ ଥର ଚୋରୀ ହୋଇଥିଲେ ମଧ୍ୟ ପୁଲିସ ଚୋରକୁ ଧରିବାରେ ସକ୍ଷମ ହୋଇପାରିନାହିାଁ
ଗୁରୁବାର ଚୋରୀ ହୋଇଥିବା ୧୨ ଟି ମୋବାଇଲ୍‌ ମଧ୍ୟରୁ ୨ଟି ସ୍କ୍ରିନ୍‌ ଟଚ୍‌ ମୋବାଇଲ୍‌ ହୋଇଥିବା ବେଳେ ଏଗୁଡିକର ମୁଲ୍ୟ ପ୍ରାୟ ୪୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ଦୋକାନ ମାଲିକ ପ୍ରକାଶ କରିଛନ୍ତିିା

ସମ୍ବନ୍ଧିତ ଖବର