୧୨ ପ୍ରକାରର ପନିପରିବାରେ ମା’ ଦୁର୍ଗାଙ୍କ ପ୍ରତିମା ଗଢ଼ିଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ଧରାବତରଣ କରିଛନ୍ତି ଜଗତ ଜନନୀ ମା’ ଦୁର୍ଗା । ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ଆଜି ମା’ଙ୍କ ମହାଷ୍ଟମୀ ପୂଜା । କୋଭିଡ୍ କଟକଣା ଭିତରେ ବିଭିନ୍ନ ସ୍ଥାନରେ ବିନାଭକ୍ତ‌ରେ ଚାଲିଛି ମା’ଙ୍କ ପୂଜା । ଏହି ଅବସରରେ ଭିନ୍ନଭିନ୍ନ ପନିପରିବା ବ୍ୟବହାର କରି ପୁରୀ ବେଳାଭୂମିରେ ବାଲୁକା କଳାରେ ମା’ ଦୁର୍ଗାଙ୍କୁ ପ୍ରଦର୍ଶିତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସୁଦର୍ଶନ ବାଲି‌ରେ  ବିଭିନ୍ନ ପ୍ରକାର ପନିପରିବା ବ୍ୟବହାର କରି  ମା’ ଦୁର୍ଗାଙ୍କୁ ଗଢିଛନ୍ତି । ମା’ଙ୍କୁ ସଜେଇବା ପାଇଁ ସୁଦର୍ଶନ ଗାଜର ଠାରୁ ଆରମ୍ଭ କରି ବାଇଗଣ, ଲେମ୍ବୁ, ପୋଟଳ, ଜହ୍ନି, କ୍ୟାପସିକମ, ଭେଣ୍ଡି, ପାଣିକଖାରୁ, ବିଲା‌ତିବାଇଗଣ, ବିନସ ଓ ଝୁଡ଼ଙ୍ଗ ଆଦିର ବ୍ୟବହାର କରିଛନ୍ତି। ବେଳଭୂମି ଉପରେ ପନିପରିବାରେ ମା’ଙ୍କ ପ୍ରତିମା ଅତି ଆକର୍ଷଣୀୟ ‌‌ଦେଖାଯାଉଛି ।

ତେବେ ଏହାକୁ ନେଇ ବାଲୁକା ଶିଳ୍ପୀ ସୁଦର୍ଶନ କହିଛନ୍ତି, ଦୁର୍ଗା ପୂଜା ଅବସରରେ ମା’ଙ୍କ ଏକ ସ୍ବତନ୍ତ୍ର ପ୍ରତିମା ବ‌ାଲୁକା କଳା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ସେ ୧୨ ପ୍ରକାରର ପନିପରିବାର ବ୍ୟବହାର କରିଛନ୍ତି। ଏଥିସହିତ ସେ ସମସ୍ତଙ୍କୁ ସୁରକ୍ଷିତ ଓ ସୁସ୍ଥ ରହିବାକୁ ବାର୍ତ୍ତା ଦେଇଛନ୍ତି।

 

ସମ୍ବନ୍ଧିତ ଖବର