ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଜଣେ ୧୨ ବର୍ଷର ନାବାଳକ
ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଛି । ଅନ୍ୟପକ୍ଷରେ ଗୋଟିଏ ମା’ର କୋଳ ଖାଲି କରି ପୁଅ ଚାଲିଯିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି।

Advertisment

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାର ମହୁଲପାଟଣା ଫାଣ୍ଡି ଅଧିନ ଉପରଚବରୀ ଗ୍ରାମର ଈଶ୍ୱର ନାଏକଙ୍କ ପୁଅ ଦେବାଶିଷ ବୁଧବାର ସକାଳୁ ଗାଁର ପୋଖରୀକୁ ଗାଧୋଇବାକୁ ଯାଇ କୌଣସି କାରଣରୁ ପହଁରି ନପାରି ବୁଡି ଯାଇଥିବା ସୂଚନା ମିଳିଛି। ଏନେଇ ପୁଲିସକୁ ସୂଚନା ମିଳିବା ପରେ ମହୁଲପାଟଣା ଫାଣ୍ଡି ଅଧିକାରୀ ବୁଲୁ ସେଠୀ ଓ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ଉଦ୍ଧାରକାରୀ କର୍ମଚାରୀ ଦଳ ସେଠାରେ ପହଞ୍ଚି ପୋଖରୀରୁ ମୃତ ନାବାଳକର ଶବ ଉଦ୍ଧାର କରିଛନ୍ତି।

ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ହାବିଲଦାର ଶିବ ପ୍ରସାଦ ପାତ୍ର, ଡ୍ରାଇଭର ଶିବ କିଶନ, ଅଗ୍ନିକ ରଞ୍ଜିତ ଖଣ୍ଡଗିିରୀ, ଆଗ୍ନିକ ଗୁପ୍ତେଶ୍ୱର କୁଁଅର, ଅଗ୍ନିକ୍ ଦୁର୍ଯୋଧନ ଜଗତ ପ୍ରମୁଖ ଶବକୁ ଉଦ୍ଧାର କରିଥିଲେ ।