ମାଲକାନଗିରି: ପୋଖରୀ ନିକଟରୁ ୧୨୦୦ ଡିଟୋନେଟର ଜବତ କଲା ବିଏସ୍‌ଏଫ୍‌, ମାଓବାଦୀଙ୍କ ଉପରେ ସନ୍ଦେହ

ମାଲକାନଗିରି: କାଲିମେଳାର ଏକ ପୋଖରୀ ନିକଟରୁ ଶନିବାର ୧୨୦୦ଟି ଡିଟୋନେଟର ଜବତ ହୋଇଛି। ବିଏସ୍‌ଏଫ୍‌ ଯବାନମାନେ ଆଜି ସକାଳୁ ସର୍ଚ୍ଚ ଅପରେସନ କରୁଥିବା ବେଳେ ସହର ଠାରୁ ଅଳ୍ପ ଦୂରରେ ଅର୍ଥାତ ପଡ଼ିଆ ରୋଡରେ ଥିବା ପେଟ୍ରୋଲ ପମ୍ପ ନିକଟ ପୋଖରୀ ହୁଡ଼ାରୁ ଡିଟୋନେଟର ଗୁଡ଼ିକ ଜବତ ହୋଇଛି। ଡିଟୋନେଟର ଗୁଡ଼ିକ ମାଓବାଦୀ ମାନଙ୍କ ଦ୍ୱାରା ପୋତାଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର