କରୋନା: ଭୁବନେଶ୍ୱରରୁ ଆଜି ୧୨୬ ପଜିଟିଭ, ସ୍ଥାନୀୟ ସଂକ୍ରମଣ ୪୯ ଜଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୭୭ ସଂଗରୋଧରୁ ହୋଇ ଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୨୮୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫୬୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୨୭୬ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି ।

ୟୁନିଟ-୧ ତାରିଣୀ ବସ୍ତିରୁ ଆଜି ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସାମିଲ ଅଛନ୍ତି ୫୬, ୧୯, ୨୯, ୪୩ ବର୍ଷର ପୁରୁଷ ଓ ୫୩, ୨୫, ୪ ବର୍ଷର ଶିଶୁ, ୪୦ ଓ ୧୭ ବର୍ଷର ମହିଳା । ରାଜଧାନୀରୁ ଆଜି ୮ ଜଣ ପୁରୁଷ ପୁଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁନିଟ-୯ସ୍ଥିତ ବାୟାବାବା ବସ୍ତିରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରି ତପୋବନ ବସ୍ତିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ସେହିପରି ବଡ଼ଗଡ଼ ବ୍ରିଟ କଲୋନି, ଡୁମୁଡୁମାରୁ ୪ ଜଣ ଲେଖାଏଁ, ଆଇଗଣିଆ, ନୂଆପଲ୍ଲୀ ନୂଆସାହି, ବରମୁଣ୍ଡା, ଭରତପୁରରୁ ୩ ଜଣ ଲେଖାଏଁ, ନିଳାଦ୍ରୀ ବିହାରରୁ ୨ ଜଣ, ଶୈଳଶ୍ରୀ ବିହାରସ୍ଥିତ ଏକ ମିଡିଆ ହାଉସର ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱରରୁ ମୋଟ ୧୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର