ନୂଆପଡ଼ା ଜିଲ୍ଲାକୁ ପୁଣି ଫେରିଲେ ୧୨୬ ଜଣ ପ୍ରବାସୀ ଶ୍ରମିକ 

ନୂଆପଡ଼ା: ନୂଆପଡା ଜିଲ୍ଲାକୁ ରବିବାର ଦିନ ପୁଣି ୧୨୬ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଖରିଆର ରୋଡ଼କୁ ୧୧୭ ଜଣ ଶ୍ରମିକ ଫେରିଥିବାବେଳେ ସିନାପାଲି ବ୍ଲକ୍‌କୁ ୯ ଜଣ ଶ୍ରମିକ ଫେରିଛନ୍ତି। ସ୍ବା‌ସ୍ଥ୍ୟ ବିଭାଗ ପକ୍ଷରୁ ସୀମାନ୍ତରେ ସମସ୍ତ ଶ୍ରମିକଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ଏହି ଶ୍ରମିକମାନଙ୍କୁ ଗୃହ ସଂଗରୋଧରେ ରହିବା ସହ ଜ୍ବର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ୪୧୯୫ ଜଣ ଶ୍ରମିକ ଫେରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର