କେନ୍ଦ୍ରାପଡ଼ା: ହୁସିଆର ! ବାଇକ୍ ଚଳାଇବା ବେଳେ ମୋବାଇଲ୍ରେ ଗପୁଛନ୍ତି କି? ତା’ ହେଲେ ହେଇଯାଆନ୍ତୁ ସାବଧାନ। ନଚେତ୍ ପୁଲିସ ଜରିମାନାର ଶିକାର ହେବେ ା କାରଣ, ସାଦା ପୋଷାକରେ ସାରା ସହରରେ ଏବେ ପୁଲିସ ପଇଁତରା ମାରୁଛି ା ଆଜି ପ୍ରଥମ ଦିନରେ ବାଇକ୍ ଚଳାଇବା ବେଳେ ମୋବାଇଲ୍ରେ ଗପି ୧୩ଜଣ ଫସିଛନ୍ତି ା ସେମାନଙ୍କଠାରୁ ୫ହଜାର ଟଙ୍କା ଲେଖାଏ କରି ମୋଟ୍ ୬୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ଏସ୍ପି ମଦକର ସନ୍ଦିପ ସଂପଦ ସୂଚନା ଦେଇଛନ୍ତି ା ସୂଚନାନୁଯାୟୀ, ଏବେ ଜାତୀୟ ସଡ଼କ ସୁରକ୍ଷା ମାସ ଚାଲିଛି ା ଦେଶରେ ବଢ଼ି ଚାଲିଥିବା ଦୁର୍ଘଟଣାକୁ କିପରି ରୋକାଯାଇପାରିବ, ସେ ଦିଗରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ା କେତେବେଳେ ଖିଲାପିଙ୍କ ହାତରେ ଗୋଲାପ ଫୁଲ ଧରାଯାଇ ହେଲମେଟ୍ ପିନ୍ଧିବାକୁ ଅନୁରୋଧ କରାଯାଉଛି ତ କେତେବେଳେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଆଦାୟ କରାଯାଉଛି ା
ଏଭଳି ସ୍ଥିତିରେ ବାଇକ୍ ଚଳାଇବା ବେଳେ ମୋବାଇଲ୍ରରେ ଗପିବା ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ହୋଇଥିବା ଦୃଷ୍ଟିରୁ ପୁଲିସ ଏବେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି ା କୌଣସି ଛକ ମୁଣ୍ଡରେ ପୁଲିସ ଗାଡ଼ି ରହିଲେ ଲୋକମାନେ ଆଗୁଆ ଜାଣି ପାରି ସତର୍କ ହେବା ସହ ଭିନ୍ନ ରାସ୍ତା ଦେଇ ଚାଲି ଯାଉଥିବାରୁ ପୁଲିସ ଏବେ ନୂଆ କୌଶଳ ଆପଣାଇଛି ା ଖିଲାପିଙ୍କୁ ଧରିବା ପାଇଁ ଖାକି ପରିବର୍ତେ ସାଦା ପୋଷାକରେ ପୁଲିସ ବୁଲୁଛି ା ଯେଉଁଠି ବାଇକ୍ ଚଳାଇବା ବେଳେ କେହି ମୋବାଇଲ୍ରେ କଥା ହେଉଥିବାର ହାବୁଡ଼ରେ ପଡ଼ୁଛନ୍ତି, ସେମାନଙ୍କଠାରୁ ସଂଗେ ସଂଗେ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି ା ଆଜି ସହରର କେଶପୁରବଜାର, ପୁରୁଣା ବସଷ୍ଟାଣ୍ତ, ମେଡିକାଲ ଛକ, ତିନିମୁହାଣି ଛକ ଆଦି ଅଂଚଳରୁ ବାଇକ୍ ଚଳାଇବା ବେଳେ ୧୩ଜଣ ମୋବାଇଲ୍ ଗପୁଥିବା ବ୍ୟକ୍ତିଙ୍କୁ ପୁଲିସ ଧରିଥିଲା।
ସେମାନଙ୍କଠାରୁ କେବଳ ଜରିମାନା ଆଦାୟ କରାଯାଇଛି ତା ନୁହେଁ, ଥାନାକୁ ଅଣାଯାଇ ଭିଡିଓ ମାଧ୍ୟମରେ ମୋବାଇଲ୍ରେ ଗପିବା ସମୟରେ ହେଉଥିବା ଦୁର୍ଘଟଣାର ଭୟାବହତା ଦୃଶ୍ୟ ଦେଖାଯାଇଥିଲା। ଏହା ସହିତ ନିଜ ନିଜ ଅଂଚଳରେ ଏହି ଭିଡିଓ ଦେଖାଇବା ସହିତ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବାକୁ ଲୋକମାନଙ୍କୁ କହିବାକୁ ସଚେତନ କରାଯାଇଥିଲା ବୋଲି ଏସ୍ପି ସୂଚନା ଦେଇଛନ୍ତି। ଏସ୍ପି କହିଛନ୍ତି ଯେ ଆଜିଠୁ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ା ଏହା ପ୍ରତିଦିନ ଚାଲି। ଯେଉଁମାନେ ନିୟମ ଖିଲାପ କରିବେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ସହିତ ଦୁର୍ଘଟଣାର ଭୟାବହତା ବିଷୟରେ ସଚେତନତା କରାଯିବ। ଜରିମାନା ଆଦାୟ ନୁହେଁ, ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହିଁ ଏହାର ମୂଳ ଉଦ୍ଦେଶ୍ୟ ବୋଲି ଏସ୍ପି କହିଛନ୍ତି ା ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ମିଳନୀରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ତା, ଟାଉନ ଥାନା ଅତିରିକ୍ତ ଭାରପ୍ରାପ୍ତ ଇନିସପେକ୍ଟର ସାଇମନ ଲାକ୍ରା, ଏସ୍ଆଇ ଅନ୍ତର୍ଯ୍ୟାମୀ ବିଶ୍ବାଳ, ସୈାମେନ୍ଦ୍ର କୁମାର ଜାଲି ଓ କାଦମ୍ବିନୀ ପରିଡା, ଏଏସଆଇ ଶରତ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ା