ପଞ୍ଚାୟତ ନିର୍ବାଚନ: ବଣ୍ଡାଘାଟିର ୨ଟି ପଞ୍ଚାୟତରେ ମାତ୍ର ୧୩ ପ୍ରତିଶତ ମତଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ବସବାସ କରନ୍ତି। ଏହି ଜନଜାତି ଆଜି ବି ଅନୁନ୍ନତ। ଏହି ଜନଜାତିର ବିକାଶ ପାଇଁ ସରକାର ପ୍ରତିବର୍ଷ ଲକ୍ଷାଧିକ ଟଂକା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ଜନଜାତି ଆଜି ବି ଅବହେଳିତ।୫ ବର୍ଷ ପରେ ପୁଣି ଏହି ଜନଜାତି ନିଜର ମତଦାନ ସାବ୍ୟସ୍ତ କରିଥିଲେ।ଏମାନଙ୍କ ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିଲା।

ତେବେ ଏହି ଜନଜାତି ନରିକ୍ଷର ହେଲେ ମଧ୍ୟ ମତଦାନ ସାବ୍ୟସ୍ତ କରିବା ପାଇଁ ଭିଡ ଜମାଉଥିଲେ।କିନ୍ତୁ ଦନ ୧୦ଟା ପର୍ଯ୍ୟନ୍ତ ହିଁ ଏମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ପରେ ଆଉ କେହି ଜଣେ ବି ଏହି ଜନଜାତିର ଲୋକେ ଭୋଟ ଦେବାକୁ ଆସିନଥିଲେ।ଯାହାଫଳରେ ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତ ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାରେ ମାତ୍ର ୧୩ ପ୍ରତିଶତ ମତଦାନ ହୋଇପାରିଥିଲା। ଯଦି ରିପୋର୍ଟ ଅନୁଯାୟୀ ଦେଖିବା ତେବେ ଆଜି ଅଣ୍ଡ୍ରାହାଲ ପଞ୍ଚାୟତରେ ରହିଥିବା ୧୧ଟି ଵାର୍ଡରେ ମୋଟ ୨୧୫୫ ଜଣ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ଆଜି ମାତ୍ର ୩୯୭ ଜଣ ମତଦାନ କରିଥିଲେ। ଏଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧୨୫ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୨୭୨ ଜଣ।ସେହିପରି ମୁଦୁଲିପଡା ପଞ୍ଚାୟତରେ ୧୨ଟି ଵାର୍ଡ ଥିବା ବେଳେ ୨୫୭୮ ଜଣ ଭୋଟର ରହିଛନ୍ତି।

ତେବେ ଆଜି ୨୨୬ ଜଣ ଭୋଟର ମତଦାନ କରିଥିଲେ।ସେଥିରୁ ୧୧୦ ପୁରୁଷ ଏବଂ ମହିଳା ଭୋଟର ସଂଥ୍ୟା ୧୧୬ ଜଣ।ତେବେ ବଣ୍ଡାଘାଟିର ଏହି ଦୁଇ ପଞ୍ଚାୟତରେ ମାତ୍ର ୧୩ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି, ଯାହା ପ୍ରଶାସନ ଏବଂ ସରକାରଙ୍କ ପାଇଁ ଆଗାମୀ ଦିନରେ ଏକ ଚ୍ୟାଲେଞ୍ଜ କହିଲେ ଅତ୍ୟୁକ୍ତି ହେବ ନାହିଁ।ଲୋକେ ସଚେତନ ନଥିବାରୁ ଭୋଟ ଦାନ କରିବାକୁ ଆସିପାରୁନାହାନ୍ତି। ଏଥିସହ ନିରକ୍ଷର ଥିବାରୁ ଭୋଟ ଦେବାରେ ଅସୁବିଧା ସମ୍ମୁଖୀନ ହେଉଥିବାରୁ ଲାଜରେ ଏହି ଜନଜାତି ଭୋଟ ଦେବାକୁ ଆସିନଥିବା କୁହାଯାଇଛି। ତେବେ ପୁରୁଷଙ୍କ ତୁଳନାରେ ମହିଳା ଆଜି ଭୋଟ ଦେବାକୁ ଆସୁଥିବା ଦେଖିବାକୁ ମିଳିଥିଲା। ତେବେ କିଛି ଶିକ୍ଷିତ ଯୁବକଙ୍କୁ ନିଜର ମତଦାନ କାହାକୁ ଦେଲେ ବୋଲି ପଚାରିବାରୁ ସେମାନେ ଯିଏ ଆମକୁ ସହଯୋଗ କରିବ ଏବଂ ଅଂଚଳର ଉନ୍ନତିରେ ଭାଗିଦାରୀ ହେବ ତାକୁ ଭୋଟ ଦେଇଥିବା କହିଥିଲେ।ତେବେ ଲୋକେ ସଚେତନ ହୋଇନଥିବା କହିଥିଲେ। ପ୍ରଶାସନ ତରଫରୁ ପିଡି, ଡିଆରଡିଏ ବଣ୍ଡାଘାଟିରେ ବିଭିନ୍ନ ବୁଥରେ ଉପସ୍ଥିତ ରହି ସୁରୁଖୁରୁରେ ଭୋଟ ଗ୍ରହଣ ନେଇ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର