ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ୧୩ ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିବା ଏବଂ ଦୁଷ୍କର୍ମ କରିବା ମାମଲାରେ ଆଜି ଭରତ ନାଏକ (୩୨) ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଭରତର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭରତ ବିରୋଧରେ ନାବାଳିକାର ବାପା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗତ ମାର୍ଚ୍ଚମାସ ୨୨ ତାରିଖରେ ସ୍ଥାନୀୟ ବଳଭଦ୍ରପୁର ନାଏକ ସାହିର ଭରତ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକ ଗ୍ରହଣ ନକରିବାରୁ ଆଶ୍ରୟସ୍ଥଳୀକୁ ପଠାଇଥିଲା। ହେଲେ ଭରତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇନଥିଲା। ଗତକାଲି ପୁଲିସ ଭରତକୁ ଗିରଫ କରିଥିବା ବେଳେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାର ଡାକ୍ତରୀ ପରୀକ୍ଷା କରାଇଥିଲା। ସୂଚନା ଅନୁସାରେ ଭରତଙ୍କର ନାବାଳିକାଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଭରତ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିବା ଏତଲାରେ ଦର୍ଶାଯାଇଛି।
୧୩ ବର୍ଷର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ-ଦୁଷ୍କର୍ମ, ଜେଲ ଗଲା ଯୁବକ
/sambad/media/post_attachments/wp-content/uploads/2020/01/rape_minor_10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)