ଜୟପୁର: ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜୟନ୍ତୀ ଉତ୍ସବ ଜୟପୁର ଡ଼ଙ୍ଗାଗୁଡାରେ ଥିବା ସତସଙ୍ଗ ବିହାରଠାରେ ପାଳିତ ହୋଇଯାଇଛି। ସକାଳୁ ସକାଳୁ ସତସଙ୍ଗ ବିହାର ପରିସରରେ ବେଦ ମାଙ୍ଗଳିକ ଓ ଉଷାକୀର୍ତ୍ତନ କାର୍ଯ୍ୟକ୍ରମ ସହ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ପରେ ଏକ ସୁସଜ୍ଜିତ ରଥରେ ଶ୍ରୀଶ୍ରୀଠାକୁରଙ୍କ ପ୍ରତିକୃତିକୁ ସହର ପରିକ୍ରମା କରାଯାଇଥିଲା। ଶେଷରେ ସତସଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଭଜନ ଓ ନାମ ସଂକୀର୍ତ୍ତନ ପରେ ରାୟଗଡା ଜେକେପୁରରୁ ଆସିଥିବା ମୁଖ୍ୟବକ୍ତା ରାଜକିଶୋର ମିଶ୍ର ନିଜର ବକ୍ତବ୍ୟ ରଖି ଠାକୁର ଅନୁକୂଳଚନ୍ଦ୍ରଙ୍କର ଭାବଦର୍ଶ ଓ ଜୀବନାଦର୍ଶ, ମହନୀୟତା ଉପରେ ସୂଚନା ରଖିଥିଲେ। କପିଳ ଚରଣ ମହାକୁଳ ସତସଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅନ୍ୟମାନଙ୍କ ମଧରେ ଜୟପୁର ସତସଙ୍ଗ ବିହାର ସଭାପତି ବିନୋଦ ମହାପାତ୍ର, ଶିଶିର ପରିଜା, ଖଲି ପଟ୍ଟନାୟକ, ବିଦ୍ୟାଧର ବିଶ୍ୱାଳ, ଧରଣୀଧର ସାହୁ, ଖଗେନ୍ଦ୍ର ବାରିକ, ନୃସିଂହ ସାହୁ, ସୌମ୍ୟରଂଜନ ସାହୁ, ସତ୍ୟ ରଞ୍ଜନ ସାହୁ, ରବୀନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜୟପୁର ଆଖପାଖରୁ ପ୍ରାୟ ୫୦୦ରୁ ଅଧିକ ଗୁରୁଭାଇ ଓ ଗୁରୁମା ଯୋଗ ଦେଇଥିଲେ।