ଜୁଆ ଆଡ୍ଡା ଉପରେ ଚଢ଼ାଉ; ୪ ଅଟକ,୧୪ ବାଇକ ଜବତ 

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ଜଣ ଅଟକ ରଖିଥିବା ସହ,୧୪ ଟି ବାଇକ ଏବଂ ୭୯ ହଜାର ଟଙ୍କା ଜବତ କରିଛି । ଏସ୍ପି ପ୍ରହଲ୍ଲାଦ ସହାଇ ମିନା ନିର୍ଦେଶ କ୍ରମେ ସନ୍ଧ୍ୟା ୭ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ସୂବେନ୍ଦୁ ଶବର, ଏସଆଇ ଏ.କେ.ଯାନୀ, ଏଏସଆଇ କେ.ପି ମହାପାତ୍ର ଏକ ଟିମ  ଘାଟଗୁଡ଼ା ଜଙ୍ଗଲ ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛଡାଉ କରିଥିଲେ । ସେଠାରେ ୪ ଜଣ କୁ ଅଟକ ରଖିବା ସହ ୧୪ ଟି ବାଇକ ସହ ୭୯ ହଜାର ଟଙ୍କା ଜବତ କରିଛନ୍ତି । ପୁଲିସ ଛଡାଉ ସମୟରେ କିଛି ଜୁଆଡି ଛାତ୍ରଭଙ୍ଗ ହୋଇଥିଲେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଛଡାଉ ସମୟରେ ଗୃହରକ୍ଷୀ ଭୋଳା ସତନାମୀ, କର୍ଣ୍ଣ ନାୟକ ସହ ଆଇଆରବି କର୍ମଚାରୀ ଉପସ୍ଥିତ ରହିଥିଲେ । ଏନେଇ ପାପଡାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରି କେଶ ନ- ୬୬ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର