ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍‌: ଘଟଣାସ୍ଥଳରେ ୧୪ ଗୋରୁ ମୃତ

ପାଇକସାହି: ଅନୁଗୁଳ ରାସ୍ତାର ଅନ୍ତଳିଆ ଶିବ ମନ୍ଦିର ନିକଟରେ ଗତ ଶନିବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବା ହେତୁ ୧୪ଗୋରୁଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଓଡ଼ି-୦୧-ପି-୮୧୧୧ନମ୍ବର ଥିବା ପିକ୍‌-ଅପ୍‌ ଭ୍ୟାନ୍‌ ୨୦ରୁ ଊର୍ଧ୍ୱ ଗୋରୁ ନେଇ ଠାକୁରଗଡ଼ରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଏହି ଭ୍ୟାନ୍‌ରେ ଗୋରୁ ଚୋରା ଚାଲାଣ କରାଯାଉଥିବା ନେଇ ପୁଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ୨୦ରୁ ଊର୍ଧ୍ୱ ଗୋରୁଙ୍କୁ ନେଇ ଯାଉଥିବା  ପିକ୍‌-ଅପ୍‌ ଚାଳକ ଅନ୍ତଳିଆ ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇଥିଲା। ଫଳରେ ଗୋରୁ ବୋଝେଇ ପିକ୍‌-ଅପ୍‌ ଭ୍ୟାନ୍‌ଟି ରାସ୍ତାର ତଳକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୧୪ଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁରୁଣା କୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର