ନବରଙ୍ଗପୁର: ଅମାଣନିଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଫ୍ୟାସ ବୁକ୍ ରେ ପୋଷ୍ଟ କରିଛନ୍ତି ଯେ ଯେଉଁ ବାଇକ ଚାଳକ ବିନା କାରଣରେ ଘରୁ ବାହାରକୁ ବାହାରୁଛନ୍ତି ତାଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ସହ ସଂମ୍ପୃକ୍ତ ଯାନକୁ ୧୪ ତାରିଖ ପର୍ଯ୍ୟନ୍ତ ଅଟକ ରଖିବାର ବ୍ୟବସ୍ଥା କରାଯାଇଛି । ତେବେ ଏହି ପୋଷ୍ଟ ପରେ ବି ଅମାନିଆ ବାଇକ ଚାଳକ ଆଜି ରାସ୍ତା ରେ ବୁଲିଥିଲେ। ଆଜି ନବରଙ୍ଗପୁର ଥାନା ପକ୍ଷରୁ ସହରରେ ଜରୁରୀ କାରଣ ନଥାଇ ବାଇକ ଧରି ବାହାରକୁ ଆସିଥିବା ୨୦ ଗୋଟି ବାଇକ କୁ ଥାନା ରେ ନେଇ ଅଟକ ରଖାଯାଇଛି। ୫ ଜଣଙ୍କ ନାମରେ କ୍ୱାରେଣ୍ଟାଇନ ଆଇନ ଉଲଂଘନ ନେଇ ମାମଲା ରୁଜୁ ହୋଇଛି। ଉକ୍ତ ବାଇକ ଗୁଡିକ ୧୪ ତାରିଖ ପର୍ଯ୍ୟନ୍ତ ଥାନା ରେ ଅଟକ ରଖାଯିବ ବୋଲି ଥାନା ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି। ପ୍ରକାଶ ଥାଉକି ଗତ କାଲି ନିଜେ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ରାସ୍ତା ଉପରେ ଠିଆ ହୋଇ ଅମାନିଆ ବାଇକ ଚାଳକ ମାନଙ୍କୁ ତାଗିଦ କରିଥିଲେ। ୮ ଗୋଟି ବାଇକ କୁ ଅଟକ ରଖିଥିଲେ।
ଅମାନିଆ ଗାଡି ଚାଳକକୁ ୧୪ ଦିନ କ୍ୱାରେଣ୍ଟାଇନ: ଜିଲ୍ଲାପାଳ
ଆଜି ପୁଣି ୨୦ ବାଇକ ଥାନାରେ ଅଟକ
/sambad/media/post_attachments/wp-content/uploads/2020/04/naba2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)