୧୪ ବଖରା ଘରର ଛପର ଉଡ଼ିଗଲା

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଜିରାଙ୍ଗ ପଞ୍ଚାୟତ ଝାଲକାଣି ଗ୍ରାମରେ ଆଜି ଅପରାହ୍‌ଣରେ ଘୂର୍ଣ୍ଣିଝଡ଼ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗ୍ରାମର ଦିଗାମ୍ବର ମହାନ୍ତଙ୍କ ୪ ବଖରା, ଗୌରାଙ୍ଗ ମହାନ୍ତଙ୍କ ଗୋଟିଏ ବଖରା, ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ୩ ବଖରା, ଦୁଃଖବନ୍ଧୁ ମହାନ୍ତଙ୍କ ଦୁଇବଖରା , ମଳୟ ମହାନ୍ତଙ୍କ ଗୋଟିଏ ବଖରା ଏବଂ ଗୋପବନ୍ଧୁ ମହାନ୍ତଙ୍କ ଦୁଇ ବଖରା ଘରର ଆଜବେଷ୍ଟସ, ଖପର ଓ ଟାଇଲ ଛପର ଉଡ଼ିଯାଇଛି। ଗୌରାଙ୍ଗ ଓ ଦୁଃଖବନ୍ଧୁଙ୍କ ଘର ଉପରେ ଗଛ ପଡ଼ିଯାଇଛି। ସେପହି ଗ୍ରାମ ବିକାଶ ଯୋଜନାରେ ଗ୍ରାମରେ ପ୍ରତି ଘରକୁ ପାଇପ୍‌ ଯୋଗେ ଜଳ ଯୋଗାଣ କରାଯାଇଛି।

ଓଭରହେଡ ଟାଙ୍କିକୁ ପାଣି ଉଠାଇବା ପାଇଁ ସୋଲାର ପ୍ଲେଟ୍‌ ଲଗାଯାଇଛି। ଘୂର୍ଣ୍ଣିଝଡ଼ରେ ସୋଲାର ପ୍ଲେଟ୍‌ କ୍ଷତିଗ୍ରସ୍ତ ହୋଇଛି। ଗ୍ରାମରେ ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର