ଭଂଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସକୁ ବଡ଼ ସଫଳତା ମିଳିଛି । ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ୧୪ ଜଣଙ୍କୁ କାବୁ କରିଛି। ଏମାନଙ୍କ ମଧ୍ୟରେ ୭ ଜଣ ନାବାଳକ ରହିଥିବା ପୁଲିସ ପ୍ରକାଶ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୩୧ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ,୨ଟି ଜୀବନ୍ତ ବୋମା, ୩ଟି ଖଣ୍ଡା, ମରଣାସ୍ତ୍ର ପାଇଁ ବ୍ୟବହୃତ ଲୁହା ରଡ଼, ୨ଟି ବାଇକକୁ ଜବତ କରିଛି ପୁଲିସ।
/sambad/media/post_attachments/wp-content/uploads/2022/06/3b904f3c-ea84-4357-a5f2-81a5366fa67e-1024x512.jpg)
ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସୂଚନା ପ୍ରକାରେ ବୁଧବାର ରାତିରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ କିଛି ବ୍ୟକ୍ତି ଡକାୟତ ଯୋଜନା କରୁଥିବା ଖବର ପାଇଥିଲେ। ଏହାପରେ ଏସ୍ଆଇ କେଶବ ଷଡ଼ଙ୍ଗୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ସେଠାରୁ ୧୦ ଜଣଙ୍କୁ ଧରିଥିବା ବେଳେ ପରେ ଆଉ ୪ ଜଣଙ୍କୁ କାବୁ କରିଥିଲେ। ଭଞ୍ଜନଗର ଓ ଆଖପାଖ ଅଂଚଳ ର କିଛି ଡକାୟତି ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ସହ ବହୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପୁଲିସ ପ୍ରକାଶ କରିଛି। ଘଟଣାର ତଦନ୍ତ ପରେ ଗିରଫ ହୋଇଥିବା ୭ ଜଣକୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି। ଏଥିସହ ନାବାଳକ ମାନଙ୍କୁ ଯୁଭେନାଇଲ କୋର୍ଟ ପଠାଯାଇଥିବା ଥାନା ଅଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/730d40c7-9e0b-48c9-a140-6a055da94f41.jpg)