ଭଂଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସକୁ ବଡ଼ ସଫଳତା ମିଳିଛି । ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ୧୪ ଜଣଙ୍କୁ କାବୁ କରିଛି। ଏମାନଙ୍କ ମଧ୍ୟରେ ୭ ଜଣ ନାବାଳକ ରହିଥିବା ପୁଲିସ ପ୍ରକାଶ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୩୧ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ,୨ଟି ଜୀବନ୍ତ ବୋମା, ୩ଟି ଖଣ୍ଡା, ମରଣାସ୍ତ୍ର ପାଇଁ ବ୍ୟବହୃତ ଲୁହା ରଡ଼, ୨ଟି ବାଇକକୁ ଜବତ କରିଛି ପୁଲିସ।

Advertisment

publive-image

ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସୂଚନା ପ୍ରକାରେ ବୁଧବାର ରାତିରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ କିଛି ବ୍ୟକ୍ତି ଡକାୟତ ଯୋଜନା କରୁଥିବା ଖବର ପାଇଥିଲେ। ଏହାପରେ ଏସ୍‌ଆଇ କେଶବ ଷଡ଼ଙ୍ଗୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ସେଠାରୁ ୧୦ ଜଣଙ୍କୁ ଧରିଥିବା ବେଳେ ପରେ ଆଉ ୪ ଜଣଙ୍କୁ କାବୁ କରିଥିଲେ। ଭଞ୍ଜନଗର ଓ ଆଖପାଖ ଅଂଚଳ ର କିଛି ଡକାୟତି ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ସହ ବହୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ପୁଲିସ ପ୍ରକାଶ କରିଛି। ଘଟଣାର ତଦନ୍ତ ପରେ ଗିରଫ ହୋଇଥିବା ୭ ଜଣକୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି। ଏଥିସହ ନାବାଳକ ମାନଙ୍କୁ ଯୁଭେନାଇଲ କୋର୍ଟ ପଠାଯାଇଥିବା ଥାନା ଅଧିକାରୀ ଧିରେଶ୍ କୁମାର ଦାସ ସୂଚନା ଦେଇଛନ୍ତି।