୧୪୩ କେଜି ଗଞ୍ଜେଇ ଜବତ, ୩ ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ ପକ୍ଷରୁ ଗତକାଲି ହୋଇଥିବା ଚଢ଼ାଉରେ ଚୋରା ଗଞ୍ଜେଇ ସହ ଚାଲାଣକାରୀ ଗ୍ୟାଙ୍ଗକୁ ଗିରଫ କରାଯାଇଛି। ସେମାନେ ହେଲେ ଉତ୍ତରପ୍ରଦେଶ ଆଲ୍ଲିଗଡ ଜିଲ୍ଲା କଲ୍ୟାଣ ନଗର ଅନ୍ତର୍ଗତ ସୁରେଶ ସିଂହଙ୍କ ପୁଅ ଦୀପକ ସିଂହ(୨୭), ନୂଆଦିଲ୍ଲୀ ଜିଲ୍ଲା ମାବି ମୋହଲ୍ଲା ଅଞ୍ଚଳର ଦିନେଶ ରବି ଦାସଙ୍କ ପୁଅ ରାଜୁ ରବି ଦାସ(୨୪) ଓ ହରିୟଣା ରାଜ୍ୟ ଫରିଦାବାଦ ଜିଲ୍ଲା ପଦମ ନଗର ଅଞ୍ଚଳର ଜଗଦୀଶ ଚୌହାନଙ୍କ ପୁଅ ବବଲୁ ଚୌହାନ(୨୪)। ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଟାଉନ ପୁଲିସ।

ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଭୋରୁ ଟାଉନ ପୁଲିସର ଏସଆଇ ରାଇଗନ କିଣ୍ଡେ ଓ ତାଙ୍କ ଷ୍ଟାଫ ସତିଗୁଡା ଡ୍ୟାମ ଛକ ନିକଟରେ ପଟ୍ରୋଲିଂ କରୁଥିଲେ। ଏହିମାନେ ଟୟେତଟା (ଡିଏଲ ୬ସିଜେ୪୪୧୮)ଗାଡିରେ ଆରକୁ ପଟୁ ଜୟପୁର ଦେଇ ଦିଲ୍ଲୀ ଯିବାବେଳେ ସତିଗୁଡା ଡ୍ୟାମ ଛକ ନିକଟରେ ଧରିଥିଲା ପୁଲିସ। ଏହିମାନେ କାରର ପଛପଟ ଡିକିରେ ୬ ପ୍ୟାକେଟ୍ ଜରିମୁଣିରେ ଗଞ୍ଜେଇ ରଖିଥିବା ପୁଲିସ ଦେଖିବାକୁ ପାଇଥିଲା। ପଚରାଉଚରା କରିବା ପରେ ସେମାନେ କିଛି ଉତ୍ତର ଦେଇ ପାରି ନ ଥିଲେ। ପରେ ମାଜିଷ୍ଟ୍ରେମଟଙ୍କ ଉପସ୍ଥିତିରେ ଯାଞ୍ଚ ହୋଇଥିଲା।

ପୁଲିସ ୩୬୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଗୋଟିଏ ଲାପଟପ୍, ୩ଟି ମୋବାଇଲ ଓ ୧୯୦୦ଟଙ୍କା ଜବତ କରିଛି। ଡାକ୍ତରୀ ମାଇନା ପରେ ଆଜି ପୁଲିସ ସେମାନଙ୍କୁ ଉପଖଣ୍ଡ କାରାଗାରକୁ ପଠାଇଦେଇଛି।

ସମ୍ବନ୍ଧିତ ଖବର