କଟକ: ବୁଧବାର କଟକରୁ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୪୩ଜଣଙ୍କ ମଧ୍ୟରୁ କଟକ ମାଲଗୋଦାମ୍ କଣ୍ଟେନମେଣ୍ଟ ଜୋନ୍ରୁ ୬୨ଜଣ ପୁରୁଷ ଓ ୫୦ଜଣ ମହିଳାଙ୍କ ଆଜି କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି।
ସେହିପରି ଇନ୍ଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରେ ୩ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି। ଏଥିସହିତ ଘରେ ସଙ୍ଗରୋଧରେ ଥିବା ୧୨ଜଣଙ୍କ କରୋନା ରିପୋର୍ଟ ପଜିଟଭ୍ ଆସିଛି। ଏହି ୧୨ ଜଣଙ୍କ ମଧ୍ୟରୁ ସିଡିଏ ସେକ୍ଟର-୧୧ରୁ ଜଣେ ପୁରୁଷ, ବକ୍ସି ବଜାରରୁ ଦୁଇଜଣ ପୁରୁଷ ଜଣେ ମହିଳା, ମଙ୍ଗଳାବାଗ ଅଞ୍ଚଳରୁ ୨ଜଣ ପୁରୁଷ ଓ ଜଣେ ମହିଳା, ଷଣ୍ଢପୁର ଅଞ୍ଚଳରୁ ଦୁଇଜଣ ପୁରୁଷ ଜଣେ ମହିଳା, ସିଦ୍ଧେଶ୍ୱର ସାହି ଅଞ୍ଚଳରୁ ଜଣେ ମହିଳା ଓ ଜଣେ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 166 new COVID-19 +ve cases reported today in #Cuttack district, 143 +ve cases belong to Cuttack city (CMC area).
Another 69 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/opIPgsGAxL
— CMC,Cuttack (@CMCCuttack) August 5, 2020
ଏଥିସହିତ ୧୨ଟି ସ୍ଥାନୀୟ ପଜିଟିଭ ମାମଲା ସାମ୍ନାକୁ ଆସିଛି। ମଙ୍ଗଳାବାଗରୁ ଜଣେ କରୋନା ଯୋଦ୍ଧା, ଝାଞ୍ଜିରମଙ୍ଗଳାରୁ ଜଣେ ମହିଳା, ସାଆନ୍ତ ସାହି ଅଞ୍ଚଳରୁ ୩ଜଣ, ତେଲେଙ୍ଗାବଜାର, ମଠସାହି, ସୂତା ହାଟ, ମେରିଆ ବଜାର, ଚୌଧୁରୀ ବଜାର ଓ ସିଡିଏ ସେକ୍ଟର-୬ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।