ପ୍ରବାସୀଙ୍କୁ ନେଇ ଟ୍ରେନ୍ ଆସିବା ପୂର୍ବରୁ ସତର୍କତା: ଅନିର୍ଦ୍ଦିଷ୍ଟକାଳ ପାଇଁ ଯାଜପୁର ରୋଡ଼ରେ ୧୪୪ ଧାରା ଜାରି

ଯାଜପୁର: ଯାଜପୁର ରୋଡ଼ରେ ଗୁରୁବାର ମଧ୍ୟାହ୍ନରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ଧାରା ଜାରି କରାଯାଇଛି। ଆଜି ଅପରାହ୍ନ ୪ଟା ଓ ଆସନ୍ତାକାଲି (ଶୁକ୍ରବାର) ସକାଳ ୬ରେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଆସି ଯାଜପୁରରେ ପହଞ୍ଚିବ। ଏହି ଟ୍ରେନ୍‌ରେ ସୁରତ ଓ ଗୁଣ୍ଟୁର(ଆନ୍ଧ୍ରପ୍ରଦେଶ)ରୁ ପ୍ରବାସୀମାନେ ଆସୁଛନ୍ତି। ପ୍ରତି ଟ୍ରେନରେ ୧୫୦୦ ପ୍ରବାସୀ ଆସୁଥିବା ତଥ୍ୟ ରହିଛି।

ଏହି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ରେ ଆସୁଥିବା ପ୍ରବାସୀମାନେ ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା ଓ ଜଗତସିଂପୁର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ଏତେ ମାତ୍ରାରେ ପ୍ରବାସୀ ଏକାସାଙ୍ଗରେ ଆସୁଥିବା ହେତୁ ସମଗ୍ର ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଯାଜପୁର ରୋଡ଼ରେ ୧୪୪ଧାରା ଜାରି କରାଯାଇଛି।

जयपुर के 15 थाना क्षेत्रों में धारा 144 ...

ତେବେ ଆଜି ଯାଜପୁରରୁ ୧୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ଦଶରଥପୁର ବ୍ଲକ ଅଞ୍ଚଳରୁ ୧୧ଜଣ ( ଆଦର୍ଶ ବିଦ୍ୟାଳୟରେ ଥିବା ୯ଜଣ, ନସି କଲେଜ କୟାଁ ପଞ୍ଚାୟତରେ ରହୁଥିବା ଦୁଇଜଣ) କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏଥିସହିତ ବଡ଼ଚଣାକୁ ବି କରୋନା ଛୁଇଁ ଯାଇଛି। ବଡ଼ଚଣା ସାଉଡ଼ିଆ ପଞ୍ଚାୟତର ତାଳୁଆ ଗ୍ରାମର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଗତ ମାସକ ତଳେ କଲିକତାରୁ ଫେରି ଥିଲେ  ସୂଚନା ରହିଛି।

ସମ୍ବନ୍ଧିତ ଖବର