ଗଂଜାମର ସମସ୍ତ ସଂଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ସଂଗରୋଧ କେନ୍ଦରେ ୧୪୪ ଧାରା ଜାରି କରାଯାଇଛି । ସଂଗରୋଧ କେନ୍ଦ୍ରରେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ପ୍ରାୟ ୨୮୦୦ ସଂଗରୋଧ କେନ୍ଦ୍ର କରାଯାଇଛି । ସେଥିରୁ ଏପର୍ଯ୍ୟନ୍ତ ୩୮୦ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏଥିରେ ୩୫ ହଜାର ଅନ୍ତେବାସୀଙ୍କୁ ରଖାଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଆଗାମୀ ଦିନରେ ଗଂଜାମ ଜିଲ୍ଲାରୁ ଆହୁରି କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ଦେଖାଯାଇଛି ।

ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ବିଗତ ଦିନରେ ବିଶୃଙ୍ଖଳା ଦେଖାଯାଇଥିଲା । କିଛି ସଂଗରୋଧ କେନ୍ଦ୍ରରୁ ଅନ୍ତେବାସୀମାନେ ବିଭିନ୍ନ ସମସ୍ୟାର ଆଳ ଦେଖାଇ ଫେରାର ହୋଇଯାଇଥିଲେ ।

ଗଞ୍ଜାମ ଜିଲ୍ଲାରେ କରୋନା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକ୍ରମଣରେ ଜିଲ୍ଲା ୧ ନମ୍ବର ସ୍ଥାନ ଛୁଇଁଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। ସେଠାରେ ରହୁଥିବା ଜଣେ ସୁରତ ଫେରନ୍ତା ତଥା ପ୍ରବାସୀ ଓଡ଼ିଆଙ୍କ ଆଜି ଅପରାହ୍‌ଣରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୋଲସରା ବ୍ଲକ ମଧୁପଲ୍ଲୀ ପଞ୍ଚାୟତ ମଧୁପଲ୍ଲୀ ଗ୍ରାମ ମାଟିଆ ସାହିର ପ୍ରଫୁଲ ବେହେରା(୪୦)। ସଙ୍ଗରୋଧ କେନ୍ଦ୍ରକୁ ଆସିବା ଦିନ ଠାରୁ ପ୍ରଫୁଲ ଜ୍ବରରେ ପୀଡ଼ିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର