ଆଠଗଡ଼: ଶ୍ରୀ ଶ୍ରୀ ଧବଳେଶ୍ବର ଓ ମଞ୍ଚେଶ୍ୱର ପୀଠକୁ ମକର ସଂକ୍ରାନ୍ତି ଉପଲକ୍ଷେ କୋଭିଡ-୧୯ କଟକଣାକୁ ନଜରରେ ରଖି  ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ୧୪ ତାରିଖ ସକାଳ ୫ଟା ସମୟ ଠାରୁ ରାତ୍ର ୧୦ଟା ସମୟ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ।
Advertisment
ଉକ୍ତ ସମୟରେ ମନ୍ଦିର ମଧ୍ୟକୁ ପୂଜକ, ସେବକ, ସୁରକ୍ଷା କର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି। ମକର ସଂକ୍ରାନ୍ତି ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ସମାଗମକୁ  ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଉକ୍ତ ସମୟରେ ଯଦି କେହି ନିୟମ ଖିଲାପ କରନ୍ତି, ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦେବୋ ତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା‌ ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ‌ଦେଇଛନ୍ତି।