କଟକ: ୧୨ ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ଆଜି କଟକ ସହରରୁ ୧୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏସ୍ସିବି ମେଡିକାଲ ଆଇସୋଲେସନରୁ ମୋଟ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ ଜଣ ପୁରୁଷ, ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ କୋଭିଡ ଯୋଦ୍ଧା ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସେହିପରି କଟକ ସହରର ଅନ୍ୟ ସରକାରୀ ସଂଗରୋଧରୁ ୪ ଜଣ ପୁରୁଷଙ୍କ ସମେତ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟ ଗୋଟିଏ ସରକାରୀ ସଂଗରୋଧରୁ ୧୧ ଜଣ କୋଭିଡ ଯୋଦ୍ଧା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ୍ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୮ ଜଣ ସଂଗରୋଧରୁ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ୭୧ ଜଣ।
/sambad/media/post_attachments/wp-content/uploads/2020/08/Ef8mfzfVAAE_4AH-808x1024.jpg)
ସୂଚନାଯୋଗ୍ୟ, କଟକ ସିଏମ୍ସି ଅଧିନରୁ ଏପର୍ଯ୍ୟନ୍ତ ମୋଟ ୨୯୭୭ ଜଣ କରେନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭୮୪ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୯।
/sambad/media/post_attachments/wp-content/uploads/2020/08/Ef8mgKvVAAIi1MY-808x1024.jpg)
ଗୃହ ସଂଗରୋଧରୁ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଖାନନଗରରୁ ୬ ଜଣ, କଲେଜ ଛକରୁ ୫ ଜଣ, ତୁଳସୀପୁରରୁ ୩ ଜଣ, ଜୋବ୍ରା, ଚାଉଳିଆଗଂଜ, ଚୌଧୁରୀ ବଜାର, ମଠସାହିରୁ ୨ ଜଣ ଲେଖାଏଁ ଅଛନ୍ତି।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ୭୧ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ସିଡିଏ ସେକ୍ଟର-୭ରୁ ୮ ଜଣ, ମଙ୍ଗଳାବାଗରୁ ୭ ଜଣ, ବଣିଆ ସାହିରୁ ୫ ଜଣ, ନୂଆବଜାରରୁ ୪ ଜଣ, ସିଡିଏ ସେକ୍ଟର-୯, ନୂଆ ବଜାରରୁ ୪-୪ ଜଣ, ଖାନନଗର, ମଙ୍ଗଳାବାଗ, ଜଗତପୁର, ତୁଳସୀପରରୁ ୩ ଜଣ ଲେଖାଏଁ, ବକ୍ସି ବଜାର ବଣିଆସାହି, ପେନ୍ସନ ଲେନ, ଶଙ୍କରପୁର ଓ ଥୋରିଆ ସାହିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/149-from-ctc-corona21.jpg)