ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ଉ

୧୪ କେଜି ୯୦୦ ଗ୍ରାମ ଗଞ୍ଜେଇ ଓ ବାଇକ ଜବତ, ୨ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ମୋହନଗିରି ଅନ୍ତର୍ଗତ ବିଜାମାଲ ଠାରେ ବାଇକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢ଼ଉ କରିଥିଲା। ୨ ଜଣ ଚାଲାଣକାରୀଙ୍କଠାରୁ ୧୪ କେଜି ୯୦୦ ଗ୍ରାମ ଗଞ୍ଜେଇ ଓ ବାଇକ ଜବତ କରି ଉଭୟଙ୍କୁ ଗିରଫ କରିଥିଲା।

ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଉମା ଗ୍ରାମର ସୁରେଶ ଭୋଇ(୨୨) ଓ ନବୀନ ଠାକୁର(୫୫) କଣ୍ଟାମାଲରୁ ଏକ ବାଇକ (ଓଆର ୦୭କେ ୦୮୫୫) ଯୋଗେ ଉକ୍ତ ଗଞ୍ଜେଇ ଧରି ମୋହନଗିରି ପଟେ ଆସୁଥିଲେ। ମ. ରାମପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଉପନିରୀକ୍ଷକ ରଞ୍ଜୁଲତା ବାରିକଙ୍କ ନେତୃତ୍ୱରେ ମୋହନଗିରି ବିଜାମାଲ ନିକଟରେ ଚଢ଼ଉ କରିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ସହ ରବିବାର କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ଅବକାରୀ କନେଷ୍ଟବଳ ସିଆରୀ ହରଜନ, ରବି ବାଗ ଓ ବିନୋଦିନୀ ମହାଲିଙ୍ଗ ମଧ୍ୟ ସାମିଲଥିଲେ।

ସମ୍ବନ୍ଧିତ ଖବର