୧୫ ଗ୍ରାମ ହିରୋଇନ ଜବତ,୧ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୫ ଗ୍ରାମ ବିଷାକ୍ତ ନିଶାଦ୍ରବ୍ୟ ହିରୋଇନ୍ ଜବତ କରାଯାଇଥିବା ବେଳେ ଏହି ମାମଲାରେ ଜଣକୁ ଗିରଫ କରାଯାଇଛି ।

ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ ଦେଇଥିବା ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଖୋର୍ଦ୍ଧା ଉପକଣ୍ଠ ସାମନ୍ତରାପୁରର ଠେଙ୍ଗାବନ୍ଧ ଛକ ଠାରେ ଚଢ଼ଉ କରିଥିଲେ । ସେଠାରେ ଜବରଦସ୍ତପୁର ସ୍ୱପ୍ନେଶ୍ୱର ସାହିର ଶଶୀଭୂଷଣ ବେହେରା (୨୮)ଙ୍କ ଠାରୁ ୧୫ ଗ୍ରାମ ହିରୋଇନ୍ ଜବତ କରାଯାଇଥିଲା । ଏହା ସହ ବିକ୍ରି ପାଇଁ ରଖିଥିବା କିଛି ପଲିଥିନ୍ ଓ କାଗଜ ପୁଡ଼ିଆ ମଧ୍ୟ ଜବତ କରାଯାଇଛି । ଏନେଇ ୧୮/୨୦୨୧ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ ହିରୋଇନର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର