ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲେ ନବବଧୂ, ପୋଡ଼ିଗଲା ୧୫ ବଖରା, ଲକ୍ଷାଧିକ ଧନ-ସଂପତ୍ତି ଭସ୍ମିଭୂତ

ଭଦ୍ରକ: ଅଗ୍ନିକାଣ୍ଡ ଯୋଗୁଁ ରବିବାର ଜଣେ ନବବଧୂଙ୍କର ଜୀବନ ଯାଇଛି। ରୋଷେଇ ଘରୁ ନିଆଁ ବାହାରି ଅଳ୍ପ ସମୟ ପରେ ଚାରିଆଡେ ବ୍ୟାପିବାରୁ ମୋଟ ୧୫ ବଖରା ଜଳି ଯାଇଥିବା ବେଳେ କିଛି ଘର ନିଆଁର ସଂଶସ୍ପର୍ଶରେ ଆସି ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ ବୌଦ୍ଧପୁର ଓଗାଳପୁର ଗାଁରେ ଆଜି ଅପରାହ୍ଣରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଛି। ଗାଁର ମଙ୍ଗଳା ଟୁଡୁଙ୍କ ଘରେ ନବବଧୂ ରୋଷେଇ କରୁଥିବା ଆବେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ ନିଆଁ ଅଧିକ ସକ୍ରିୟ ହୋଇଥିଲା। ଭୀଷଣ ଖରା ହେଉଥିବାରୁ ନିଆଁ ଅଳ୍ପ ସମୟ ମଧ୍ୟରେ ପଡୋଶୀ ଘରକୁ ବ୍ୟାପିବାକୁ ସହଜ ହୋଇଥିଲା।

ଗାଁ ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିବା ବେଳକୁ ଧାନ, ଚାଉଳ, ଘରର ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସଂପତ୍ତି ଭସ୍ମିଭୂତ ହୋଇ ସାରିଥିଲା। ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର