ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ପଞ୍ଚାୟତର କରଞ୍ଜା ଗ୍ରାମରେ ମହୁମାଛି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବାବେଳେ ତେର ଜଣ ଆରତ ହୋଇଛନ୍ତି।ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ କରଞ୍ଜା ଗ୍ରାମର ହରିଜନ ସାହିରେ ଗତ ସୋମବାର ଦିନ ଘଣ୍ଟ ପର୍ବ ଅଣାଯାଇଥିଲା। ଏହି ଘଣ୍ଟ ପର୍ବ ତିନି ଦିନ ଧରି ଚାଲୁଥିବାବେଳେ ଆଜି ବିସର୍ଜନ ଥିଲା। ଆଜି ସକାଳେ ସମସ୍ତେ ଏକତ୍ରିତ ହୋଇ ଘଣ୍ଟ ପର୍ବକୁ ବିସର୍ଜନ କରିବାକୁ ଯାଉଥିଲେ।ଯେଉଁ ନିକଟରେ ବିସର୍ଜନ କରାଯାଉଥିଲା ସେଠାରେ ରହିଥିବା ଏକ ଆମ୍ବଗଛରେ ମହୁଫେଣା ରହିଥିଲା।

Advertisment

ତେବେ କୌଣସି କାରଣବସତଃ ମହୁମାଛିମାନେ ରାଗିଯାଇ ଏଣେତେଣୁ ଉଡିବାକୁ ଲାଗିଲେ। ଲୋକେ ଭୟରେ ଓ ଜୀବନ ବିକଳରେ ଦୌଡିବା ବେଳକୁ ମହୁମାଛି ସମସ୍ତଙ୍କୁ ଆକ୍ରମଣ କରିଥିଲା। ଏଥିରେ ୧୫ ଜଣ ଆହତ ହୋଇଥିଲେ। ସେମାନେ ହେଲେ ସୁବାଷ ଚାକିରି(୨୧),ରସେଇ ମହାନନ୍ଦିଆ(୨୦),ରମେଶ ଟାକ୍ରୀ(୨୫),ଘାସିରାମ ମହାନନ୍ଦିଆ(୪୫),ବିଚିନି କୌଶଲ୍ୟା(୫୦),ତନିଶ ମହାନନ୍ଦିଆ(୩),ବାସନ୍ତି ମହାନନ୍ଦିଆ(୩୪),ପୂର୍ଣ୍ଣଚନ୍ଦ୍ର ମହାନନ୍ଦିଆ(୩୪),ବଦ୍ରିନାଥ ବାଘ(୭),ସୁନୟନା ବାଘ(୩୫),ମାଣିକ ରାଓ କୌଶଲ୍ୟା(୫୦),ହରି ଭତ୍ରା(୬୦),ଧୋବଣି କୌଶଲ୍ୟା(୬୫)।ଏମାନେ ମହୁମାଛି ଆକ୍ରମଣରେ ଅଚେତ ହୋଇ ଘଟଣାସ୍ଥଳରେ ପଡିରହିଥିଲେ। ପରେ ଗ୍ରାମବାସୀ ଖବର ପାଇ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡିଛି। ତେବେ ଗୁରୁତରଙ୍କୁ ଚିକିତ୍ସା ଚାଲିଥିବା ଡାକ୍ତର ନିର୍ମାଲ୍ୟ ଗିରି ପ୍ରକାଶ କରିଛନ୍ତି।