ଭଞ୍ଜନଗର: ବସ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ

ଭଞ୍ଜନଗର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଗାଲୋରି ଯାଉଥିବା ନନ୍ଦିଘୋଷ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ଘଟଣାରେ ୧୫ ଜଣ ବସଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ‘ନନ୍ଦିଘୋଷ ’ ନାମକ ଘରୋଇ ବସଟି ଭଞ୍ଜନଗରରୁ ବାହାରି ଗାଲେରି ଯାଉଥିବା ବେଳେ ତାରାସିଂ ଥାନା ଅନ୍ତର୍ଗତ ପୁରୁଣା ଗୁଜୁରାଲି ପାଟମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏଥିରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୫ରୁ ଊର୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ପୁଲିସ, ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀ ଓ ସ୍ଥାନୀୟ ଲୋକେ ପହଞ୍ଚିି ଆହତ ମାନଙ୍କୁ ଦୁର୍ଘଟରାଗ୍ରସ ବସ୍‌ରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର