ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି ଦେବାକୁ କହି ୧୫ ଲକ୍ଷର ଠକେଇ, ୪ ଠକଙ୍କୁ ଧରିଲା ପୁଲିସ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି ଦେବାକୁ କହି ୧୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ସାମ୍ନାକୁ ଆସିଛି | ଆଉ ରାଉରକେଲା ସାଇବର ଥାନା ପୁଲିସ ଏଭଳି ଏକ ସାଇବର ଠକେଇର ପର୍ଦାଫାଶ କରିଛି | ସାଇବର ଠକ ଗ୍ୟାଙ୍ଗର ଚାରି ଜଣକୁ ଝାଡ଼ଖଣ୍ଡରୁ ଜାମତାରରୁ ଗିରଫ କରିଛି | ଏହି ଗ୍ୟାଙ୍କର ଅନ୍ୟମାନଙ୍କୁ ଧରିବାକୁ ରାଉରକେଲା ସାଇବର ପୁଲିସ ତଦନ୍ତ ଚଳାଇଛି | ଏମାନେ ଆରଏସପି ନାଁରେ ଆପ ଖୋଲି ନିଯୁକ୍ତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ | ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ନାମ ହେଉଛି କମାଲଉଁଦିନ ଆନସାରୀ, କୁତୁବୁଲ ଆନସାରୀ, ଅସରଫୁଲ ଆନସାରୀ ଓ ସମିମ ଆନସାରୀ |

ଏମାନଙ୍କ ନିକଟରୁ ତିନିଟି ମୋବାଇଲ ସହ ୨ଟି ଆଧାର କାର୍ଡ ମଧ୍ୟ ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ କୁତ୍ରା ଥାନାର ଵୀରାଂଗଟୋଲୀର ନଳୀନ୍ଦ୍ର କୁମାର ଟପ୍ପୋ ଅଭିଯୋଗ କରିଥିଲେ ଯେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା | ଠକମାନେ ନିଜକୁ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ବୋଲି ପରିଚୟ ଦେଇଥିଲେ | ଏହାପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥିବାର କହି ଟଙ୍କା ଫେରସ୍ତ ପାଇବାକୁ ଏକ ଆପ ଡାଉନଲୋଡ କରିବାକୁ କହିଥିଲେ | ନଳୀନ୍ଦ୍ର ଯେତେବେଳେ ଆପ ଖୋଲିଥିଲେ ସେତେବେଳେ ତାଙ୍କ ଆକାଉଣ୍ଟରୁ ଠକମାନେ ୧୫ ଲକ୍ଷ ଟଙ୍କା ଲୁଟିନେଇଥିଲେ | ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିଥିଲା |

ସମ୍ବନ୍ଧିତ ଖବର