୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୧୫ରୁ ଅଧିକ ଯୁବକ ୨ ଯୁବକଙ୍କୁ ତେଲେଙ୍ଗାନା କଟୁରୀ, ଖଣ୍ଡା ଭୁଜାଲିରେ ମରଣାତ୍ମକ ଆକ୍ରମଣ କରିଛନ୍ତି। ଗୁରୁତର ୨ଜଣଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରି ଦିଆଯାଇଥିଲା। କଟକ ନେବା ବାଟରେ ଗୁରୁତରଙ୍କ ମୁତ୍ୟୁ ହୋଇ ଯାଇଥିଲା।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବ୍ଲକ ବୁଆଁଳ ପଞ୍ଚାୟତ ପାରିକୁଳ ଗାଁରେ ଗତ ରାତି ୮ଟା ୩୦ମିରେ ସ୍କୁଟିରେ ଦୁଇ ଯୁବକ ପ୍ରିୟବ୍ରତ ମହାପାତ୍ର ଓ ତପନ ପାତ୍ର  ବ୍ୟାରେଲରେ ଡିଜେଲ ନେଇ ଗାଁକୁ ଫେରୁଥିଲେ। ଏହି ସମୟରେ ଛତ୍ରପୁର ବେଲବାରିଆ ଠାରେ ଗୋଟିଏ ଗୋଷ୍ଠୀର ୧୫ରୁ ଅଧିକ ଯୁବକ ବିଜୟ ଓ ପ୍ରିୟବ୍ରତ ସ୍କୁଟି ଅଟକାଇ ଗୋଡାଇ ଗୋଡାଇ ତେଲେଙ୍ଗାନା କଟୁରୀ, ଖଣ୍ଡା ଓ ଭୂଜାଲିରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ବିଜୟ ଓ ପ୍ରିୟବ୍ରତ ଗୁରୁତର ହୋଇ ପଡ଼ିଥିଲେ। ଆକ୍ରମଣକରୀମାନେ ତପନଙ୍କ ଗୋଟିଏ ହାତକୁ ସଂପୂର୍ଣ ହାଣି ଦେବା ସହ ଅନ୍ୟହାତ ଓ ମୁଣ୍ଡ ଗୋଡକୁ ମଧ୍ୟ ଚୋଟ ମାରିଥିଲେ। ପ୍ରିୟବ୍ରତର ହାତକୁ ହାଣିଥିବାରୁ ସେ ବାଲେଶ୍ୱରରେ ଚିକିତ୍ସା ହେଉଛନ୍ତି। ତପନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ପରେ କଟକ ନେବା ବାଟରେ ସୋର ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର