ସ୍ଵର୍ଗଦ୍ଵାର ସଂସ୍କାର ସେବକମାନଙ୍କୁ ୧୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ

ପୁରୀ: ସ୍ଵର୍ଗଦ୍ଵାର ପରିସର ଠାରେ ସଂସ୍କାର ସେବକ (ଦାହକ)ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ୧୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ.ଯେ କୋବିଡରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ବିଶେଷମାନଙ୍କ ଦାହ କାର୍ଯ୍ୟ ପାଇଁ ୭ ଜଣ ଦାହକଙ୍କୁ ସ୍ଵତ୍ବନ୍ତ୍ର ତାଲିମ ଦିଆଯାଇଥିଲା। ଗତ ୧୮-୪-୨୧ ରିଖ୍ ଦିନ ଗାଡ଼ିରେ ଏକ ମୃତଦେହ ନେଇ ଯିବା ସମୟରେ ଗାଡ଼ିଟି ଗିରଳ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା। ଏଥିରେ ବାନୁ ନାୟକ୍ ,ଗଣେଶ ମୁଖି ଓ ଅମିତ୍ ଶର୍ମା ନାମକ ସଂସ୍କାର ସେବକମାନେ ଆହାତ ହୋଇ ଥିଲେ ଏବଂ ଚିକିତ୍ସା ସହାୟତା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ।

ଏହାର ବିଚାରକରି ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଠିରୁ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯାଇଥିଲା। ଉପଜିଲ୍ଲା ପାଳ ତଥା ସ୍ୱର୍ଗଦ୍ବାର ସମିତିର ଆବାହକ ସମ୍ପାଦକ ଭବତାରଣ ସାହୁ ଏବଂ ସ୍ଵର୍ଗଦ୍ଵାର ସେବା ସମିତିର କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାୟ ସ୍ୱର୍ଗଦ୍ୱାର ଠାରେ ସଂସ୍କାର ସେବକମାନଙ୍କୁ ଏହି ସହାୟତା ରାଶି ଚେକ୍ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର