ଚନ୍ଦନେଶ୍ୱର: ପ୍ରଶାସନର ଅବହେଳା ପାଇଁ ଜଣେ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ୧୫ ବର୍ଷ ହେବ ପଲିଥିନ୍‌ ଛପର ତଳେ ରହୁଛନ୍ତି। ଭୋଗରାଇ ବ୍ଲକ୍‌ ଜଗନ୍ନାଥପୁର ପଞ୍ଚାୟତ କରଞ୍ଜାଶୋଳ ଗ୍ରାମର ଜୟନ୍ତ ଆଧେକ ପେସାରେ ଜଣେ କ୍ଷୁଦ୍ର ପାନ ଦୋକାନୀ। ୨୦୦୮ ମସିହାରେ ଏକ ଭୟାବହ ଅଗ୍ନିକାଣ୍ଡରେ ଜୟନ୍ତଙ୍କ ଘରପୋଡ଼ି ଯିବାରୁ ସେ ସର୍ବସ୍ବାନ୍ତ ହୋଇ ପଡ଼ିଥିଲେ। ସେ‌ତେବେଳେ ପ୍ରଶାସନ କେବଳ ଖଣ୍ଡେ ପଲିଥିନ୍ ଓ ଦେଢ଼ ହଜାର ଟଙ୍କା ଦେଇ ଦାୟିତ୍ବ ସାରିଦେଲା।

Advertisment

ଇତିମଧ୍ୟରେ ସରକାରୀ ଯୋଜନାରେ ଘରଖଣ୍ଡେ ପାଇଁ ୧୫ ବର୍ଷ ହେଲା ପ୍ରଶାସନକୁ ଗୁହାରି କରୁଛନ୍ତି ଜୟନ୍ତ। ହେଲେ କିଛି ଫଳ ହେଉନି। ତେଣୁ ନିଜ ପରିବାର ସହ ବାଧ୍ୟହୋଇ ପଲିଥିନ୍ ଓ ନଡ଼ିଆପତ୍ର ଛପର ତଳେ ଜୀବନ କାଟୁଛନ୍ତି। ଏ ନେଇ ବ୍ଲକ୍‌ ସହକାରୀ ପ୍ରକଳ୍ପ ଅଧିକାରିଣୀଙ୍କୁ ପଚାରିବାରୁ ତାଲିକାରେ ତାଙ୍କର ନାମ ରହିଛି। ଚଳିତବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ଉକ୍ତ ପରିବାରକୁ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।