ଖୋର୍ଦ୍ଧା: କରୋନାର ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଭୁବନେଶ୍ବର ମହାନଗର ନିଗମକୁ ବାଦ୍ ଦେଇ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୪୮ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମିଳିଥିବା ସୂଚନାନୁସାରେ, ଆଜି ଖୋର୍ଦ୍ଧା ଗ୍ରାମାଞ୍ଚଳର ୧୦ଟି ସିଏଚ୍ସି ଓ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ୬୧୯ଟି ରାପିଡ୍ ଆଣ୍ଟିଜେନ୍, ୪୦୮ଟି ଆର୍ଟିପିସିଆର୍ ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୧୪୮ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଚିହ୍ନିତ ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୭, ବାଲିପାଟଣାରୁ ୫, ଭୁବନେଶ୍ବର ବ୍ଲକରୁ ୧୧, ଜଟଣୀରୁ ୩୪, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୨୯, ବେଗୁନିଆରୁ ୮, ବୋଲଗଡ଼ରୁ ୭, ଟାଙ୍ଗୀରୁ ୧୭, ଚିଲିକା–ବାଲୁଗାଁରୁ ୮, ବାଣପୁରରୁ ୮, ଖୋର୍ଦ୍ଧାକୁ ଆସିଥିବା ଅନ୍ୟ ଜିଲ୍ଲା ଓ ଭୁବନେଶ୍ବର ମହାନଗର ନିଗମରରୁ ୧୪ ଜଣ ଅଛନ୍ତି।
ଏହା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪୪ ହୋଇଛି। ଅପରପକ୍ଷରେ ଆଜି ୧୦୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ତେବେ ଜିଲ୍ଲାର ସଂକ୍ରମଣ ଓ ପ୍ରସ୍ତାବିତ କୋଭିଡ୍ କେୟାର୍ କେନ୍ଦ୍ର ସମ୍ପର୍କରେ ପ୍ରତିକ୍ରିୟା ଦେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ କହିଛନ୍ତି ଯେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ସେତେ ଗମ୍ଭୀର ହୋଇନାହିଁ। ଏଣୁ ପ୍ରାଣନାଥ କଲେଜ ଓ ନାଚୁଣୀ କଲେଜର ୨୦୦ ଶଯ୍ୟା ପ୍ରତ୍ୟେକ କୋଭିଡ୍ କେୟାର୍ ସେଣ୍ଟର୍ ଖୋଲାଯାଇନାହିଁ। ତେବେ ଗ୍ରାମାଞ୍ଚଳରେ ଅନେକ ଗୁରୁତର ସଂକ୍ରମିତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଥିବା ବେଳେ ସେମାନଙ୍କୁ ସେଠାରେ ଶଯ୍ୟା ମିଳୁନଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଦୃଷ୍ଟିରୁ ଖୋର୍ଦ୍ଧାରେ ପ୍ରସ୍ତାବିତ କୋଭିଡ୍ କେୟାର୍ ସେଣ୍ଟରକୁ ତୁରନ୍ତ ଖୋଲିବାକୁ ଦାବି ହେଉଛି।
ବେଗୁନିଆ: ବେଗୁନିଆ ବ୍ଲକ୍ରେ କରୋନା ଉପରମୁହାଁ ହେବାରେ ଲାଗିଛି। ପଞ୍ଚାୟତସ୍ତରରେ କରୋନା ମୁକାବିଲା ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ସୂଚନା ଅନୁସାରେ ବେଗୁନିଆରେ ଦିନକୁ ଦିନ କରୋନା ପଜିଟିଭ୍ଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇ ଭିଡିଓ କନ୍ଫରେନ୍ସିଂ କରାଯାଇଥିଲା। ଏଥିରେ ବିଡିଓ ରଶ୍ମିରେଖା ଦାସ, ଅଧ୍ୟକ୍ଷା ଜାନକୀ ସ୍ବାଇଁ, ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା ସରପଞ୍ଚ ଓ ମହିଳା ସରପଞ୍ଚମାନଙ୍କ ପ୍ରତିନିଧିମାନେ ଯୋଗଦେଇଥିଲେ।
ଜିଲ୍ଲାପାଳ ସନତ କୁମାର ମହାନ୍ତି ତୃଣମୂଳସ୍ତରରେ କିଭଳି ମୁକାବିଲା କରାଯାଇ ପାରିବ, ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ, ୨ଟି କ୍ଲଷ୍ଟର୍ ଟିଏମସିର କାର୍ଯକ୍ଷମ, ଗତ ଟିଏମସିର ରୂପରେଖ ସହ ଆବଶ୍ୟକ ପଡିଲେ ପଞ୍ଚାୟତ ସ୍ତରରେ ଟିଏମସି ଖୋଲିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ। ବ୍ଲକ ପ୍ରଶାସନର କରୋନା ମୁକାବିଲା ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଗିଦ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଦେବାଶିଷ ସାହୁ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/56fs456h4sf5h4s6fhhhhhhhhhhhhhhhhhhhhhhhhh.jpg)