କଟକ: ଆଜି କଟକ ସହରର ବିଭିନ୍ନ ସଂଗରୋଧରୁ ୮୩ ଜଣଙ୍କ ସମେତ ମୋଟ ୧୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ୩ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ ଓ ଜଣେ ମହିଳା)ଙ୍କ ସମେତ ଆଜି ମୋଟ ୧୭ ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି । ଅନ୍ୟ ୧୪ ଜଣଙ୍କର ମଧ୍ୟରେ ୭ ଜଣ ମହିଳା ଓ ୭ ଜଣ ପୁରୁଷ ଅଛନ୍ତି। ସହରର ଅନ୍ୟ ସରକାରୀ ସଂଗରୋଧରୁ ୧୯ ଜଣ ଓ ଗୃହ ସଂଗରୋଧରୁ ୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଟୁଇଟ୍ କରି ସୂଚନା ଦେଇଛି କଟକ ମହାନଗର ନିଗମ।

Advertisment

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସ୍ଥାନୀୟ ଅଂଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କଟକର ଅନ୍ୟ ସରକାରୀ ସଂଗରୋଧରୁ ୩ ଜଣ ମହିଳା, ୧୪ ଜଣ ପୁରୁଷ ଓ ୨ ଜଣ କୋଭିଡ ଯୋଦ୍ଧା (୨ ଜଣ ପୁରୁଷ) କରୋନା ଆକ୍ରାନ୍ତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୨୮୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୨୭ ଜଣ ସୁସ୍ଥ ହୋଇଛନ୍ତି। ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

publive-image

ଆଜି ଗୃହ ସଂଗରୋଧରୁ ମୋଟ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୭ ଜଣ ଅଛନ୍ତି ସେଲଟର ଛକରୁ। ମୋଚି ସାହିରୁ ୬ ଜଣ, ନୂଆ ବଜାର ପିଲିଗ୍ରିମ ରୋଡ଼ରୁ ୫-୫ ଜଣ, ଥୋରିଆ ସାହିରୁ ୩ ଜଣ, ମେରିଆ ବଜାରରୁ ୨ ଜଣ, କନିକା ଛକ, ବାମ୍ଫି ସାହି, ତେଲେଙ୍ଗା ବଜାର, ଫୁଲନଖରା, ବିଡ଼ାନାସୀ, ମାଛୁଆ ବଜାର ଓ ବକ୍ସି ବଜାରରୁ ଜଣେ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

publive-image

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି କଟକର ୬୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କଟକ ମହାନଗର ନିଗମ କହିଛି।