ଭିଡିଓ: କାର୍ତ୍ତିକ ପୂର୍ଣ୍ଣିମାରେ ନିର୍ମାଣ ହେଲା ୧୫୦ ଫୁଟ ଲମ୍ବର ଡଙ୍ଗା, ଗାଁ ପୋଖରୀରେ ଭାସିଲା ବୋଇତ

ବାଲେଶ୍ୱର: ସୋର ବ୍ଲକ ଅନ୍ତର୍ଗତ ମାଣତ୍ରୀ ଗ୍ରାମର ଲୋକମାନେ ଏଥର ନିଆରା ଢଙ୍ଗରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଛନ୍ତି। ଗ୍ରାମବାସୀ ଏକ ୧୫୦ ଫୁଟ ଲମ୍ବାର ଡଙ୍ଗା ପ୍ରସ୍ତୁତ କରି ଆଜି ଭୋର ସକାଳୁ ଏହାକୁ ଗାଁ ପୋଖରୀରେ ଭସାଇଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମାଣତ୍ରୀ ଗ୍ରାମର ଲୋକମାନେ ପ୍ରତିବର୍ଷ ଡଙ୍ଗା ଭସା କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରିଥାନ୍ତି। ଚଳିତବର୍ଷ ମଧ୍ୟ ଏହି ଗ୍ରାମର ଲୋକମାନେ ୧୫୦ ଫୁଟର ନୌକା ର୍ନିମାଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କୋଭିଡ୍‌ କଟକଣା ପାଇଁ ସେମାନେ ସରକାରୀ ନିୟମକୁ ମାନି ଡଙ୍ଗା ଭସାଣ କାର୍ଯ୍ୟକ୍ରମର ଆୟୋଜନ କରିିଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ ମାଣତ୍ରୀ ଗାଁରେ ନିଆରା ଢଙ୍ଗରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି ପ୍ରକ୍ରିୟା ଚଳିତ ବର୍ଷ ମଧ୍ୟ ଜାରି ରଖିଛନ୍ତି ଗ୍ରାମବାସୀ। ଗାଁର ୧୦ରୁ ୧୨ ଜଣ ଯୁବକ ଗାଡ଼ି ଟ୍ୟୁବ୍‌ ଉପରେ ବାଉଁଶ ଫ୍ରେମ୍‌ ରଖି ଏବଂ ଏହାର ଚାରିପାର୍ଶ୍ୱରେ ସୋଲର ଆସ୍ତରଣ ଦେଇ ୧୫୦ ଫୁଟ୍‌ ଲମ୍ବର ଡଙ୍ଗା ନିର୍ମାଣ କରିଥିଲେ। ଏହି ଡଙ୍ଗାକୁ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରାୟ ୨ ସପ୍ତାହ ସମୟ ଲାଗିଥିଲା। ଏହି ଡଙ୍ଗା ନିର୍ମାଣରେ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଗାଁର ଯୁବକମାନେ କହିଛନ୍ତି।

ସମ୍ବନ୍ଧିତ ଖବର