୧୫୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନI ଅନ୍ତର୍ଗତ ତିଗିରିଆ ଗ୍ରାମ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ତିଗିରିଆ ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟରୁ ୧୫୦୦ ଲିଟର ଚୋରା ଦେଶୀ ମଦ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ । ଅବକାରୀ ବିଭାଗର ରିପୋର୍ଟ ଅନୁଯାୟୀ ଜବତ ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କI ହେବ ବୋଲି ସୂଚନା ମିଳଛି । ଘଟଣାସ୍ଥଳରୁ ଭଦ୍ରକ ଜିଲ୍ଲା ସିରାପୁର ଗାଁର ମନୋଜ ମହାରଣା କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। ଫେରାର ଆସାମୀ ଦୁଇଜଣ ହେଲେ ତିଗିରିଆ ଗାଁର ପବିତ୍ର ଜେନା ଓରଫଖୁଜୁର ଓ ମିର୍ଜାପୁର ଗାଁର ନୁଥୁରି ବେହେରା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି I

ଏଥିନେଇ ଅବକାରୀ ବିଭାଗପକ୍ଷରୁ ତିନି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଉକ୍ତ ଚଢ଼ାଉ କରିଥିଲେ l ଉକ୍ତ ଚଢ଼ାଉରେ ଏସଆଇ ସନ୍ତୋଷ ବଳ, ଭଗବାନ ମହାନନ୍ଦିଆ, ଏଏସଆଇ ପ୍ରହ୍ଲାଦ ସାମଲ ଓ ପୁରୁଷୋତ୍ତମ ମଲ୍ଲିକ, ରମେଶଚନ୍ଦ୍ର ନାୟକ, ଅଜିତ କୁମାର ସିଙ୍କୁ, ପରେସ ଚନ୍ଦ୍ର ଟୁଡୁ, ଜେମାମଣି ଜାମୁଦା ପ୍ରଭୃତି ଷ୍ଟାଫ ସାମିଲ ଥିଲେ I କରୋନା ଭାଇରସ ପାଇଁ ରାଜ୍ୟ ସରକାରଙ୍କ ଲକ୍ ଡାଉନର ସୁଯୋଗନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳରେ ଚୋରାମଦ ବେପାରୀମାନେ ସକ୍ରିୟ ହୋଇ ଉଠିଥିବାବେଳେ ଅବକାରୀ ବିଭାଗର ଏତାଦୃଶ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର