୧୨ଟି ବ୍ଲକରେ ପରୀକ୍ଷା ଦେବେ ୧୫୨ ଛାତ୍ରଛାତ୍ରୀ

କୋରାପୁଟ: ଆସନ୍ତା ୩୦ ତାରିଖରେ ହେବ ମ୍ୟାଟ୍ରିକ ପରୀକ୍ଷାର ସ୍ବତନ୍ତ୍ର ପରୀକ୍ଷା। ଏନେଇ କୋରାପୁଟ ଜିଲ୍ଳାର ୧୨ଟି ବ୍ଲକରେ ୧୫୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଜିଲ୍ଳାର ୧୪ଟି ବ୍ଲକରେ ୧୨ଟି ପରୀକ୍ଷା କେନ୍ଦ୍ରରେ ଏହି ୨୫୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ କୋଟପାଡରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନ ଥିବାରୁ ଏହିଠାରେ ପରୀକ୍ଷା ହେବନାହିଁ। ସେହିପରି ଲମତାପୁଟ ବ୍ଲକରେ ଜଣେ ପରୀକ୍ଷାର୍ଥୀ ରହିଥିବାରୁ ଉକ୍ତ କେନ୍ଦ୍ରରେ ପରୀକ୍ଷା ହେବନାହିଁ। ସେହି ଅଞ୍ଚଳର ପରୀକ୍ଷାର୍ଥୀ ଜୟପୁର‌ରେ ଆସି ପରୀକ୍ଷା ଦେବେ। ଜିଲ୍ଲାରେ ୬୧ଜଣ ରେଗୁଲାର, ୧୯୧ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି। ସେହିପରି ୯୩ଜଣ ସିସି ରେଗୁଲାର, ୬ଜଣ ଏକ୍ସ ରେଗୁଲାର ରହିଥିବା ମୋଟ ୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ୨ଜଣ, ନାରାୟଣପାଟଣାରେ ୨, ଲକ୍ଷ୍ମୀପୁରରେ ୫, ଦଶମନ୍ତପୁରରେ ୪, କୋରାପୁଟରେ ୧୧, ନନ୍ଦପୁରରେ ୩, ନନ୍ଦପୁରରେ ୩, ସେମିଳିଗୁଡାରେ ୭, ପଟାଙ୍ଗୀରେ ୭, ଜୟପୁରରେ ୧୩, ବୈପାରିଗୁଡାରେ ୪, ବୋରିଗୁମ୍ମାରେ ୨, କୁନ୍ଦୁରାରେ ୪ ଓ ଲମତାପୁଟରେ ଜଣେ ରହିଛନ୍ତି। ପରୀକ୍ଷା ନ ହୋଇ ବିକଳ୍ପ ବ୍ୟବସ୍ଥା କରାଯାଇ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

ଜିଲ୍ଲାରେ ୧୬,୭୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧୬ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇ ନଥିଲେ । ଜିଲ୍ଲାରେ ଚଳିତବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖି ସମ୍ମାନଜନକ ଏ-୧ଗ୍ରେଡ ପାଇଥିଲାବେଳେ ଜିଲ୍ଲାରୁ ମୋଟ ୧୬,୭୫୨ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୮୭୨୭ ଜଣ ଛାତ୍ର ଓ ୮୦୨୫ ଜଣ ଛାତ୍ରୀ ରହିଥିଲେ। ରାଜ୍ୟରେ ପାସ୍‌ ହାର ୯୭.୬୭ ରହିଥିଲାବେଳେ କୋରାପୁଟର ପରୀକ୍ଷା ଫଳ ଗତବର୍ଷ ତୁଳନାରେ ଭଲ ହୋଇଛି।

ଚଳିତବର୍ଷ ପରୀକ୍ଷା ହୋଇ ନ ଥିବାବେଳେ ସ୍ବତନ୍ତ୍ର ବ୍ୟବସ୍ଥାରେ ମୂଲ୍ୟାୟନ ହୋଇଥିଲା। ଅନ୍ୟପକ୍ଷରେ ଜିଲ୍ଲାରେ ୨୯୫୯ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲଫ କରିଥିବାବେଳେ ୨୬୯୩ଜଣ ପାସ ହୋଇଛନ୍ତି। ଡିରେ ୧୫, ଇରେ ୨୬୭୫, ଏଫରେ ୨୦୦ ଜଣ ରହିଥିବାବେଳେ କମ୍ପାର୍ଟମେଣ୍ଟରେ ଜଣେ ରହିଛନ୍ତି। ଜିଲ୍ଲାରେ ୬୬ଜଣ ଅନୁପସ୍ଥିତ ରହିଥିବାବେଳେ ୧୬୨୯ଜଣ ପୁଅ, ୧୦୬୪ ଜଣ ଝିଅ ପରୀକ୍ଷା ଦେଇଥିଲେ। ପାସ ହାର ୯୧.୦୧ ରହିଛି। ଜିଲ୍ଲାରେ ସିସି ଏକ୍ସରେଗୁଲାରରେ ୧୭ଜଣ ଫର୍ମ ଫିଲପ କରିଥିଲେ। ସେଥିରେ ୧୬ଜଣ ପରୀକ୍ଷା ଦେଇଥିଲା ବେଳେ ସବୁ ଇ ଗ୍ରେଡ ରଖି ପାସ କରିଛନ୍ତି।

ସମ୍ବନ୍ଧିତ ଖବର