ନୂଆପଡ଼ା ଜିଲ୍ଲାରେ ବନ୍ଦ ହେବ ୧୫୫ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ନୂଆପଡ଼ା: ୧୩୯ ପ୍ରଥମିକ ବିଦ୍ୟାଳୟ ଓ ୧୬ଟି ଉଚ୍ଚ ପ୍ରଥମିକ ବିଦ୍ୟାଳୟ ନୂଆପଡ଼ା ଜିଲ୍ଲାରେ ବନ୍ଦ ହେବ। ଛାତ୍ର ଉପସ୍ଥାନ ୨୦ କିମ୍ବା ଏହା ଠାରୁ କମ ପ୍ରତିଶତ ରହୁଥିବାରୁ ଏହି ବିଦ୍ୟାଳୟ ଗୁଡିକ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି। ସେହିପରି ୨୦ରୁ ଅଧିକ ଛାତଛାତ୍ରୀ ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଅନ୍ୟ ବିଦ୍ୟାଳୟ ଥିବାରୁ ଆଉ ୬୪ଟି ବିଦ୍ୟାଳୟ ବନ୍ଦ ହେବ। ଜିଲ୍ଲାରେ ମୋଟ ୧୫୫ଟି ବିଦ୍ୟାଳୟ ହେବା ବନ୍ଦ ହେବାକୁ ଯାଉଛି।

ଅପରପକ୍ଷେ ୧୪ଟି ବିଦ୍ୟାଳୟରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀକୁ ବାଦ ଦିଆଯାଇ କେବଳ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଠପଢ଼ା ହେବ ବୋଲି ଜଣାପଡିଛି। ଜିଲ୍ଲାରେ ବନ୍ଦ ହେବାକୁ ଥିବା ଏହି ସ୍କୁଲଗୁଡିକ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯିବା ସହ ଶିକ୍ଷକଙ୍କୁ ଅନ୍ୟ ସ୍କୁଲଗୁଡକୁ ବଦଳି କରାଯିବ।

ସେହିପରି ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲରେ ପାଠ ପଢ଼ାଇବାର ବ୍ୟବସ୍ଥା କରାଯିବ। ଶିକ୍ଷା ବିଭାଗ ଠାରୁ ମିଲିଥିବା ସୂଚନା ଅନୁଯାଇ ନୂଆପଡ଼ା ଜିଲ୍ଲାରରେ ୧୫୫ଟି ସ୍କୁଲରୁ ନୂଆପଡ଼ା ବ୍ଳକରେ ୨୦ କିମ୍ବା ଏହା ଠାରୁ କମ ଥିବା ୨୩ଟି ସ୍କୁଲ, କୋମନା ବ୍ଳକରେ ୧୫ଟି ସ୍କୁଲ ଖଡ଼ିଆଳ ବ୍ଳକରେ ୮ଟି ସ୍କୁଲ, ବୋଡ଼େନ ବ୍ଳକରେ ୮ଟି ସ୍କୁଲ ସିନାପଳି ବ୍ଳକରେ ୧୭ଟି ସ୍କୁଲ ରହିଛି। ସେହିପରି ୧ କିମି ଦୂରତାରେ ଅନ୍ୟ ବିଦ୍ୟାଳୟ ଥିବା ସ୍କୁଲ ନୂଆପଡ଼ା ବ୍ଳକରେ ୨୭ଟି ସ୍କୁଲ, କୋମନା ବ୍ଳକ୧୫ ଟି ସ୍କୁଲ ଖଡ଼ିଆଳ ବ୍ଳକରେ ୭ଟି ସ୍କୁଲ ବୋଡ଼େନ ବ୍ଳକରେ ୮ଟି ସ୍କୁଲ, ସିନାପାଳି ବ୍ଳକରେ ୭ଟି ସ୍କୁଲ ମୋଟ ୬୪ଟି ସ୍କୁଲ ୧ କିମି ଦୂରରେ ଅନ୍ୟ ସ୍କୁଲ ରହିଛି।

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବାଦ ଦିଆଯାଇଥିବା ସ୍କୁଲ ନୂଆପଡ଼ା ବ୍ଳକରେ ୨ଟି, କୋମନା ବ୍ଳକରେ ୫ଟି ସ୍କୁଲ, ଖଡ଼ିଆଳ ବ୍ଳକରେ ୪ଟି ସ୍କୁଲ, ବୋଡ଼େନ ବ୍ଳକରେ ଗୋଟିଏ ସ୍କୁଲ ଓ ସିନାପଳି ବ୍ଳକରେ ୨ଟି ସ୍କୁଲ ରହିଛି।

ସରକାରୀ ବିଦ୍ୟାଳୟ ଗୁଡିକରେ କିଛି ବର୍ଷ ହେଲା ଛାତ୍ରାଛାତ୍ରୀ କମିବାରେ ଲାଗିଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ପିଲାମାନଙ୍କର ମୁହଁ ମୋଡିବା ପରେ ଉପସ୍ଥାନ କମ ରହୁଛି। ଅପରପକ୍ଷେ ବିଦ୍ୟାଳୟ ଗୁଡିକରେ ଅଧିକ ଛାତ୍ରଛାତ୍ରୀ ଦେଖାଇବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲା। ସ୍କୁଲରେ ଯେତିକି ପିଲା ନଥିବେ ତାକୁ ବଢ଼ାଇ ଚଢ଼ାଇ ଖାତାରେ ଦର୍ଶାଯାଇଥିଲା। ଏହା ଉପରେ ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ କଟକଣା ଲାଗାଯାଇଥିଲା। ଯାହାଫଳରେ କିଛି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ କିମ୍ବା ଏହା ଠାରୁ କମରହିଥିଲା। ଏମତି ସ୍କୁଲକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତିି ଦେଇଛନ୍ତି। ଏହା ଉପରେ ମଧ୍ୟ କିଛି ନିୟମ ରହିଥିଲା ଯେଉଁ ସ୍କୁଲରେ ୨୦ କିମ୍ବା ଏହାଠାରୁ କମ ଛାତ୍ରଛତ୍ରୀ ରହିଥିବେ। ବିଦ୍ୟାଳୟରେ ୨୦ରୁ ୨୫ ପିଲା ଥିଲେ ମଧ୍ୟ ୧ କିମି ଦୂରତା ଭିତରେ ଆଉ ଏକ ବିଦ୍ୟାଳୟ ରହିଥିଲେ ଏହାକୁ ବନ୍ଦକରାଯିବ। ସେହିପରି ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଷଷ୍ଠରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ଅଳ୍ପ ପିଲା ହେଉଥିବା, ସେଠାରେ କେବଳ ୫ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାହେବ। ସରକାରୀଙ୍କ ଏହି ନିଷ୍ପତି ପରେ ନୂଆପଡ଼ା ଜିଲ୍ଲାରେ ୧୫୫ ଟି ସ୍କୁଲ ବନ୍ଦ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର