ଖତ ହେଉଛି କୋଭିଡ୍ ପାଇଁ କିଣା ଯାଇଥିବା ୧୬ ସିସି କ୍ୟାମେରା ଓ ମନିଟର୍ପା

ପାରଳାଖେମୁଣ୍ତି: ଗତବର୍ଷ କୋଭିଡ୍ ସ˚କ୍ରମଣ ସମୟରେ ଜନସାଧାରଣଙ୍କ ଉପରେ କଡ଼ା ନଜର ରଖିବା ପାଇଁ ନାକା ପଏଣ୍ଟ୍ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗା ଯାଇଥିଲା। ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ବିଭାଗ ଏକ ବେସରକାରୀ ସ˚ସ୍ଥା ମାଧ୍ୟମରେ ସିସିଟିଭି କ୍ୟାମେରା ଗୁଡ଼ିକ କିଣି ସ୍ଥାପନ କରିଥିଲା। ସିସିଟିଭି କ୍ୟାମେରା ସହ ମନିଟର୍ ଓ ଅନ୍ୟ ସରଞ୍ଜାମ କ୍ରୟ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ତେବେ ଉକ୍ତ ସିସିଟିଭି କ୍ୟାମେରା ନାକା ପଏଣ୍ଟ୍‌ରେ ସ୍ଥାପନ ହୋଇଥିବା ବେଳେ ଗୋଟିଏ କିମ୍ବା ଦୁଇମାସ ବ୍ୟବହାର ପରେ ଏହା ବର୍ତ୍ତମାନ ବେକାର ହୋଇପଡ଼ିଛି। ଅନୁସନ୍ଧାନରୁ ଜଣାପଡ଼ିଛି, ଉକ୍ତ ସିସି କ୍ୟାମେରା ୧୬ଟି ସ୍ଥାୟୀ ଏବ˚ ଅସ୍ଥାୟୀ ନାକା ପଏଣ୍ଟ୍‌ରେ ଲଗା ଯାଇଥିଲା।

ଉକ୍ତ ନାକା ପଏଣ୍ଟ୍ ଗୁଡ଼ିକ ମଧ୍ୟ ପରିତ୍ୟକ୍ତ ଅବସ୍ଥାକୁ ଚାଲି ଆସିଛି। ସୂଚନାରୁ ଜଣାପଡ଼ିଛି, ଉକ୍ତ କ୍ୟାମେରା ଗୁଡ଼ିକୁ ହଟାଇ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ଏହା ନକଲେ ଉକ୍ତ କ୍ୟାମେରା ଓ ମନିଟର୍ ଚୋରି ହୋଇଯିବ, ନଚେତ ନଷ୍ଟ ହୋଇଯିବାର ସମ୍ଭାବନା ଅଛି। ଏ ନେଇ କ୍ୟାମେରା ଲାଗାଇଥିବା ସଂସ୍ଥାର ମାଲିକଙ୍କ ସହ ଆଲୋଚନା ବେଳେ ସେ ସୂଚନା ଦେଇଥିଲେ, କ୍ୟାମେରା ଲଗାଇବାର ୮ମାସ ବିତିଲାଣି। କିନ୍ତୁ ଏ ବାବଦ ଟଙ୍କା ତାଙ୍କୁ ମିଳିପାରି ନାହିଁ। ଟଙ୍କା ପ୍ରଶାସନ ପଇଠ କରିବା ପରେ ହିଁ ଏହାକୁ ଓହ୍ଲାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ୧୬ଟି ସିସି ଟିଭି କ୍ୟାମେରା ଏବ˚ ମନିଟର୍‌ ଗୁଡ଼ିକ ଯାହା ଏତେ ଟଙ୍କା ଦେଇ କ୍ରୟ କରାଯାଇଥିଲା ତାହା ପୁନଃର୍ବାର ବ୍ୟବହାର ହୋଇପାରିବ ତ?

 

ସମ୍ବନ୍ଧିତ ଖବର