କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ: ଭାଙ୍ଗିଲେ ୧୬ ଘର, ବିଲରେ ପଶି ନଷ୍ଟ କଲେ ଫସଲ

କେନ୍ଦୁଝର/ବାସୁଦେବପୁର/ ଝୁମ୍ପୁରା: କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ ଧନଜୀବନ ହାନି ହେଉଛି। କୋଉଠି ମନୁଷ୍ୟକୃତ ଜଙ୍ଗଲ ନଷ୍ଟ କଲେଣି ତ କୋଉଠି ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଲେଣି। ପନିପରିବା, ଧାନ ବିଲରେ ପଶି ଦଳିମକଚି ନଷ୍ଟଭ୍ରଷ୍ଟ କଲେଣି। ଏଭଳି ଅବସ୍ଥାରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି। ସେମିତି ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ବିଭିନ୍ନ ଗ୍ରାମରେ ୬ ଘରକୁ ହାତୀପଲ ଭଙ୍ଗିଦେଇଥିବା ଜଣାପଡିଛି।

ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଗତକାଲି ସଂଧ୍ୟାରେ ୨୧ଟିକିଆ ହାତୀପଲ ସୁଲୁଗୁଡ଼ାରୁ ବାହାରି ମହାଦେବପୁର, ବାରଖଣ୍ଡିଆ, ଅଶୁକି, ପାଟବିଲ।, ଖେଣ୍ଡରା, ନହବେଡା, ପାର୍ବତୀପୁର, ବଳଭଦ୍ରପୁର ଗ୍ରାମ ଦେଇ ଯାଉଥିବା ବେଳେ ପାର୍ବତୀପୁର ଗ୍ରାମର ଦାଶରଥି ମୁଣ୍ଡା ଓ ବଳଭଦ୍ରପୁର ଗ୍ରାମର ଝାମ୍ପୁରି ବେଣ୍ଟକାରଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ସେହିପରି ବଳଭଦ୍ରପୁର ଗାଁ ରେ ପଶି ଗ୍ରାମର ଜିତୁ ମାଝୀ, ଗଣେଶ ମାଝୀ, ଖୋଗେଶ୍ୱର ତନ୍ତୀ, ଲକ୍ଷ୍ମୀଧର ମାଝୀଙ୍କ ଘରଦ୍ବାର ଭାଙ୍ଗି ଚୁରମାର୍ କରି ଘରେ ଥିବା ଧାନ ଚାଉଳକୁ ଖାଇ ଦେଇଛନ୍ତି। ଆଜି ହାତୀପଲ ପଦ୍ମକେଶରୀପୁର ଗାଁ ଜଙ୍ଗଲରେ ଦିନ ତମାମ ରହିଥିବା ବାଲିବନ୍ଧ ଫରେଷ୍ଟର ଖଗେଶ୍ବର ବାରିକ କହିଛନ୍ତି। ପୁଣି ଆଜି ସଂଧ୍ୟା ୬ ଟାରେ ଧୋବାକୁଚୁଡ଼ା ଗାଁ ଜଙ୍ଗଲରୁ ଏକ ଦନ୍ତାହାତୀ ବାହାରି ୫୨୦ ନମ୍ୱର ଜାତୀୟ ରାଜପଥ ବାସୁଦେବପୁର ଛକ ନିକଟରେ ଅତିକ୍ରମ କରି ମିରୀଗିଶିଙ୍ଗା ଜଙ୍ଗଲ ପଟେ ଯାଇଥିବା ବେଳେ ହାତୀ ଦେଖିବାକୁ ଉକ୍ତ ରାଜପଥରେ ଉପରେ ପ୍ରବଳ ଭିଡ଼ ଜମିଥିଲା।

ଝୁମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତ ବାଲିବନ୍ଧ ଫରେଷ୍ଟର ବଳଭଦ୍ରପୁର ଗ୍ରାମରେ ଏକ ୧୮ଟିକିଆ ହାତୀ ପଲ ଉପଦ୍ରବ ଚଳାଇଛନ୍ତି। କେତେକଙ୍କ ଘର ଭାଙ୍ଗି ଧାନଚାଉଳ ଖାଇ ଦେଇଥିବା ବେଳେ ‌ବ୍ୟାପକ ପରିବା ଫସଲ ନଷ୍ଟ କରିଛନ୍ତି। କାନ୍ଥପଡ଼ି ଜିତୁ ମାଝୀଙ୍କର ୩ଟି ଛେଳି ମୃତ୍ୟୁବରଣ କରିଛନ୍ତି।


ଗତରାତିରେ ୧୮ଟିକିଆ ହାତୀପଲ ବଳଭଦ୍ରପୁର ଗାଁକୁ ପଶି ଆସିଛନ୍ତି। ଏମାନେ ଲକ୍ଷ୍ମୀ ମାଝୀ, ଗଣେଶ୍ବର ମାଝୀ,ଖଗେଶ୍ବର ତନ୍ତୀ, ମୁଙ୍ଗୀ ମାଝୀ, ଠୁକୁରୁ ମେଣ୍ଟକାରର ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି। ଜିତୁ ମାଝୀର ଘର କାନ୍ଥକୁ ହାତୀ ଭାଙ୍ଗି ଦେବାରୁ ୩ଟି ଛେଳି ମୃତ୍ୟୁ ଘଟିଛି। ସେହିପରି ବିଜୟ ମହାନ୍ତ, ସମ୍ବୁ ମହାନ୍ତ, ଦୁଷ୍ମନ୍ତ ମହାନ୍ତ, ଜଗବନ୍ଧୁ ମହାନ୍ତ, ସୁବାସ ମହାନ୍ତ, ପ୍ରମଦ ମହାନ୍ତ, ବିରବର ବେଣ୍ଟକାରର କୋବି, ବାଇଗଣ, ଆଳୁ, କଦଳୀ ଆଦି ପନିପରିବା କ୍ଷେତରେ ପଶି ଖାଇବା ସହିତ ଦଳିମକଚି ନଷ୍ଟ କରିଦେଇଛନ୍ତି। କେବଳ ସେତିକି ନୁହେଁ କେତେକଙ୍କ ଖଳାରୁ ଧାନ ଖାଇ ନଷ୍ଟ କରିଦେଇଛନ୍ତି। ହାତୀଙ୍କୁ ବାଣ ଫୁଟାଇ ଘଉଡାଇଲେ ମଧ୍ୟ ତାହାକୁ ଭୟ କରୁ ନାହାନ୍ତି। ଏହି ଗରିବ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅର୍ଶଳା ସରପଞ୍ଚ ପ୍ରଶ୍ନ ନାଏକ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର