ଦୁର୍ବଳ ହେଉଛି କି ନକ୍ସଲ ସଂଗଠନ? ସହିଦ ସପ୍ତାହର ୩ୟ ଦିନରେ ଆତ୍ମସମର୍ପଣ କଲେ ୧୬ ମିଲିସିଆ

ମାଲକାନଗିରି: ନକ୍ସଲ ସଂଗଠନ ଦୁର୍ବଳ ହେଉଛି କି? ବିଏସ୍‌ଏଫ୍‌ ଓ ରାଜ୍ୟ ପୁଲିସର ସର୍ଚ୍ଚ ଅପରେସନକୁ ମାଧବାଦୀମାନେ ମୁକାବିଲା କରିପାରୁ ନାହାନ୍ତି। ମାଓବାଦୀଙ୍କ ପିଏଲଜିଏ ସପ୍ତାହର ଆଜି ତୃତୀୟ ଦିନ ଥିଲା। ନକ୍ସଲ ସହିଦ ସପ୍ତାହରେ ହିଂସାତ୍ମକ ହେବା ସହ ବିଭିନ୍ନ ଗ୍ରାମରେ ଏହି ଦିବସକୁ ନାଚଗୀତ ମାଧ୍ୟମରେ ପାଳନ କରୁଛନ୍ତି।ତେବେ ସହିଦ ସପ୍ତାହାରେ ମାଓବାଦୀ ସଂଗଠନର ହାତ ଛାଡି ଆଜି ୧୬ ଜଣ ଜନମିଲିସିଆ ସଦସ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଓ୍ୱାଡା ଜିଲ୍ଲାରେ।

ଦନ୍ତେୱାଡା ଜିଲ୍ଲାର କିରନ୍ଦୁଲ ପୁଲିସ ଥାନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ଡିପିଓ କରଣ ଉଇକେଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି।ଏହି ୧୬ ଜଣ ମାଓବାଦୀ ଦୁର୍ଦାନ୍ତ ହୋଇଥିବା ବେଳେ ବହୁ ନକ୍ସଲ ହିଂସାରେ ଜଡିତ ଥିବା ଏସଡିପିଓ ଶ୍ରୀ ଉଇକେ ପ୍ରକାଶ କରିଛନ୍ତି। ତେବେ ଦନ୍ତେୱାଡା ପୁଲିସ ତରଫରୁ ଆରମ୍ଭ କରାଯାଇଥିବା ଲୋନ ବର୍ଟାଟୁ(ଘରକୁ ଫେରିଆସ) କାର୍ଯ୍ୟକ୍ରମରେ ନକ୍ସଲ ପ୍ରଶାସନର ନୀତି ଓ ଆଦର୍ଶରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ସମସ୍ତଙ୍କୁ ସହଯୋଗ କରାଯିବ ବୋଲି କୁହାଯାଇଛି। ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ।

ସମ୍ବନ୍ଧିତ ଖବର