କାଠ କିଣିବା ନାମରେ ୧୬ଲକ୍ଷ ଟଙ୍କା ଠକି ନେଲେ!

ଖୋର୍ଦ୍ଧା: କାଠ ଗୋଲା ଯୋଗାଇବା ନାମରେ ଏକ ବିଦେଶୀ କମ୍ପାନି ବୋଲଗଡ଼ ଥାନା ଅନ୍ତଗତ ବାଙ୍କୋଇ ଗାଁର ଜଣେ କାଠ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏନେଇ ବ୍ୟକ୍ତିଜଣକ ଆଜି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଠକେଇର ଶିକାର ହୋଇଥିବା ବ୍ରଜବନ୍ଧୁ  ସାହୁଙ୍କ ଅଭିଯୋଗ ଅନୁସାରେ ସେ ଗତ ୮ ବର୍ଷ ଧରି ଜଗନ୍ନାଥ ଟିମ୍ବର ଡିପୋ ନାମରେ ଏକ କାଠ ବ୍ୟବସାୟ କରିଆସୁଛନ୍ତି। ସେ ବାହାର ରାଜ୍ୟରୁ କାଠ କିଣିଥାନ୍ତି। ଅଗଷ୍ଟ ୨୦୧୯ରେ ଟ୍ରେଡ୍‌ ୟୁନାଇଟେଡ୍‌ ଲିଃ ନାମକ ଏକ କମ୍ପାନି ତାଙ୍କୁ ମୋବାଇଲ୍‌ ଫୋନ୍ରେ ଯୋଗାଯୋଗ କରିଥିଲା। ଜାହାଜରେ ପାରାଦୀପ ବନ୍ଦରକୁ ବିଦେଶୀ କାଠ ଆସିବ ଓ ଏଥିପାଇଁ ୧୬ଲକ୍ଷ ୩୨ ଟଙ୍କା ଅନ୍‌ଲାଇନ ପଠାଇବାକୁ କହିଥିଲେ ବ୍ରଜବନ୍ଧୁ ବ୍ୟାଙ୍କରୁ ଋଣ ଆଣି ଏହି ଟଙ୍କା ସହ ନିଜ ବ୍ୟବସାୟର ସମସ୍ତ କାଗଜପତ୍ର ଉକ୍ତ କମ୍ପାନିକୁ ପଠାଇଥିଲେ ୨୦୧୯, ଅଗଷ୍ଟ ୩୦ ତାରିଖରେ କାଠ ଆସି ବନ୍ଦରରେ ଓହ୍ଲାଇବ ବୋଲି କମ୍ପାନି ସୂଚନା ଦେଇଥିଲା।

ବ୍ରଜବନ୍ଧୁ ବନ୍ଦରରେ ପହଂଚି ଏନେଇ ଯୋଗାଯୋଗ କରିବାରେ ଏଭଳି କୌଣସି ସାମଗ୍ରୀ ଆସିନଥିବା ଜଣାପଡ଼ିଥିଲା। ଏହାପରେ ବ୍ରଜବନ୍ଧୁ ଉକ୍ତ କମ୍ପାନି ସହ ଯୋଗାଯୋଗ କରିଥିଲେ କିନ୍ତୁ କମ୍ପାନି ଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ଫଳରେ ସେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ଏନେଇ ସେ ଭୁବନେଶ୍ୱର ସାଇବର ଅପରାଧ ଥାନା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ। ଏହା ମଧ୍ୟରେ ୧ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଉକ୍ତ କମ୍ପାନି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଗତକାଲି ପୁଣି ବ୍ରଜବନ୍ଧୁ ଜିଲ୍ଲାପାଳଙ୍କୁ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ପାଇଁ ଲିଖିତ ଅନୁରୋଧ। କରିଛନ୍ତି ଆସନ୍ତା ୧୫ ଦିନ ମଧ୍ୟରେ ତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମଦାହ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର