ପଘାକାଟି ଗୁହାଳରୁ ନେଇଗଲେ ୧୬ ମେଣ୍ଢା

ବାଲିପାଟଣା : କିଛି ଦିନର ନିରବତା ପରେ ପୁଣି ମାତିଲେ ମେଣ୍ଢା ଚୋର । ଗତକାଲି ରାତିରେ ବାଲିପାଟଣା ଥାନା ବଦଳା ପଚିଶଖଣ୍ଡ ଗ୍ରାମର ପ୍ରଦୀପ୍ତ ମାଝିଙ୍କ ଗୁହାଳୁ ୧୬ ଗୋଟି ମେଣ୍ଢା ଚୋରି ହୋଇଛି । ମେଣ୍ଢା ମାନଙ୍କ ପଘା କାଟି ନେଇଯାଇଛନ୍ତି | ଆଜି ସକାଳୁ ଘର ଲୋକ ଗୁହାଳକୁ ଯିବା ସମୟରେ ପଘା ଗୁଡିକ କଟା ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ । ୧୬ ଗୋଟି ମେଣ୍ଢା ଦାମ ୫୦ ହଜାରରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏନେଇ ପ୍ରଦୀପ୍ତ ବାଲିପାଟଣା ଥାନାରେ ଆଜି ଅଭିଯୋଗ କରିଛନ୍ତି | ପୂର୍ବରୁ ଉକ୍ତ ଅଞ୍ଚଳ ସମେତ ଥାନା ଅଞ୍ଚଳରୁ ଶହ ଶହ ଛେଳି , ମେଣ୍ଢା ଚୋରି ଯାଇଛି । ଥାନାରେ ଅଭିଯୋଗ ସଂଖ୍ୟା ବଢୁଛି | ଅଥଚ ପୁଲିସ ନିରବଦ୍ରଷ୍ଠା ସାଜିଛି । ଚୋରଙ୍କ ଟେର ପାଉନି ପୁଲିସ । ଲୁଟର ଶିକାର ହେଉଥିବା ପରିବାର ଅସହାୟ ହୋଇ ପଡୁଛନ୍ତି । ଲୋକଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି । ଚୋରି ଘଟଣା ଗୁଡିକର ପର୍ଦାଫାଶ କରିବା ପାଇଁ ସାଧାରଣ ଦାବି ହେଉଛି ।

ସମ୍ବନ୍ଧିତ ଖବର